ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ଚାଷୀ ସମସ୍ୟା ଓ ଚାଉଳ ରାଜନୀତିକୁ ନେଇ ବିଜେପି ନେତାଙ୍କ ସମ୍ବଲପୁରରେ ଆନ୍ଦୋଳନ ପରେ ଗତକାଲି ଗିରଫ ହୋଇଥିବା ନେତାମାନେ ଟାଉନ ଥାନାରେ ରାତି କାଟିଛନ୍ତି। ଏଣେ ଆଜି ସକାଳେ ଶହଶହ ବିଜେପି କର୍ମୀ ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ଏହାସହ ମହିଳା ବିଜେପି କର୍ମୀ ମଧ୍ୟ ଢେଲା ପଥର ମାରିଛନ୍ତି।
ସୂଚନାଯୋଗ୍ୟ, ଆର୍ଡିସି ସେମାନଙ୍କୁ ନଭେଟିବା ଓ ସେମାନଙ୍କ ଦାବିପତ୍ର ଗ୍ରହଣ ନକରିବା ପ୍ରତିବାଦରେ ଗିରଫ ହୋଇ ଆସିଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ସହ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂହ ତୋମାର, ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିଜେପି ନେତୃବୃନ୍ଦଙ୍କ ସହ ବହୁ ନେତା ଓ କର୍ମୀ ସମ୍ବଲପୁର ଟାଉନ୍ ଥାନାରେ ଧାରଣାରେ ବସି ରହିଥିଲେ। ଆର୍ଡିସି ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଜିଦ୍ ଧରିଥିଲେ।ଏବଂ ରାତି ସାରା ସେମାନେ ବସି ରହିଥିଲେ।