ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍ଲାଇନ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଯାଉଛି ବଜେଟ ଅଧିବେଶନ । ଫେବୃଆରୀ ମଧ୍ୟ ଭାଗରେ ଚଳିତ ଆର୍ଥିକ ବର୍ଷର ବଜେଟ ଅଧିବେଶନ ବସିବାକୁ ଯାଉଛି । ନିଜ ମୋବାଇଲ୍ ମାଧ୍ୟମରେ ବଜେଟ ସମ୍ଵନ୍ଧୀୟ ସମସ୍ତ ପ୍ରଶ୍ନ ପଚାରିବା ସହିତ ଏହି ପ୍ରଶ୍ନର ଉତ୍ତର ମଧ୍ୟ ପାଇପାରିବେ ବିଧାୟକ ।ତେବେ ଏହି ଅନ୍ଲାଇନ କାର୍ଯ୍ୟକ୍ରମ ‘ନାଭା ଆପ୍’ ଜରିଆରେ କରାଯିବ । ଏନେଇ ସୂଚନା ଦେଇଛନ୍ତି ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ପୂର୍ବରୁ ବିଧାନସଭାକୁ ପେପରଲେସ କରିବାକୁ ପଦକ୍ଷେପ ନିଆଯାଇଥିଲା । ଓଡିଶା ବିଧାନସଭାର ରୂପରେଖ ବଦଳାଇ ଇ-ବିଧାନସଭା ମଡେଲ ବା ପେପରଲେସ କରିବାକୁ ନଭେମ୍ବର ମାସରେ ନିଷ୍ପତି ନେଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କାଗଜ କଲମର ବ୍ୟବହାର କମ୍ କରାଯିବା ପାଇଁ ଏପରି ବ୍ୟବସ୍ଥା ଗ୍ରହଣକରାଯାଇଛି ବୋଲି କହିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ଶୀତ ଅଧିବେଶନ ପରେ ଇ-ବିଧାନସଭା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ ନିଷ୍ପତି ନିଆ ହୋଇଥିଲା । ସେଥିପାଇଁ ବିଧାନସଭା ଗୃହ ମଧ୍ୟରେ ଓ ବାହାରେ ଭିଡିଓ କନଫେରସିଙ୍ଗର ବ୍ୟବସ୍ଥା କରିବା ସହିତ ସବୁ ମନ୍ତ୍ରୀମାନଙ୍କ ପାଇଁ ଲାପଟପ ଓ ସିଷ୍ଟମର ବ୍ୟବସ୍ଥା କରା ହୋଇଛି ।ତେବେ ଅନଲାଇନ ଫାଇଲ ପରିଚାଳନା କରିବା ପାଇଁ ଓକାକ୍ ମନ୍ତ୍ରୀମାନଙ୍କୁ ଟ୍ରେନିଂ ମଧ୍ୟ ଦେଇଥିଲା ।