ସନ୍ଷ୍ଟାର ଟିଭି ବ୍ୟୁରୋ
ଶୀତଦିନେ ଚା ପିଇବା ପାଇଁ ଯେତିକି ମଜା ଲାଗିଥାଏ ସେଥିରୁ ଅନେକ ଉପକାର ମଧ୍ୟ ମିଳିଥାଏ । କିନ୍ତୁ ହର୍ବାଲ ଏବଂ ସାଧାରଣ ଚାପତି ଥିବା ଚା ବ୍ୟତୀତ ଲେମ୍ବୁ ଚା ବା ଲେମନ୍ ଟି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଲେମ୍ବୁରେ ଅନେକ ପ୍ରାକୃତିକ ଉପାଦାନ ଥାଏ, ଯାହା ଆମ ଚର୍ମ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ସହିତ ଏହା ଆପଣଙ୍କୁ ସତେଜ ମଧ୍ୟ ରଖିଥାଏ।
ତେବେ ଆସନ୍ତୁ ଜାଣିବା ଲେମ୍ବୁ ଚା ପିଇବାର ଉପକାର :
୧. ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ମିଳିଥାଏ । ଯାହା ଆପଣଙ୍କ ପାଚନ କ୍ରିୟାକୁ ବଜାୟ ରଖେ। ଏହାକୁ ପ୍ରତିଦିନ ସକାଳେ ପିଅନ୍ତୁ।
୨. ଲେମ୍ବୁ ଚା’ରେ ଫ୍ଲେଭୋନାଇଡ୍ସ ନାମକ ଏକ ରାସାୟନିକ ପଦାର୍ଥ ମିଳିଥାଏ । ଏହା ଧମନୀରେ ରକ୍ତ ଜମାଟ ବାନ୍ଧେ ନାହିଁ ଏବଂ ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।
୩. ଲେମ୍ବୁ ଚା ଶରୀରର ପ୍ରତିରୋଧକୁ ବଢ଼ିଇଥାଏ ।
୪. ଲେମ୍ବୁ ଚା ପିଇବା ଦ୍ବାରା ଥଣ୍ଡା ଏବଂ ଫ୍ଲୁ ଭଳି ସମସ୍ୟା ଦେଖାଯାଏନାହିଁ ।
୫. ଲେମ୍ବୁ ଚା’ରେ ଯଥେଷ୍ଟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ସହିତ ଏଥିରେ ପଲିଫେନୋଲ ଏବଂ ଭିଟାମିନ୍-ସି ମଧ୍ୟ ଅଧିକ ଥାଏ ।
ତେବେ ଆସନ୍ତୁ ଜାଣିବା କିଭଳି ତିଆରି କରିବେ ଲେମ୍ବୁ ଚା’ :
୧ ଚାମଚ କିମ୍ବା ୧୫ ଏମ୍ଏଲ୍ ଲେମ୍ବୁ ରସ
୨ ଚାମଚ ବା ୩୦ ଏମ୍ଏଲ୍ ମହୁ
୧ କପ୍ କିମ୍ବା ୨୪୦ ଏମଏଲ୍ ଗରମ ପାଣି
୧ କଳା ଚା ବ୍ୟାଗ୍
ଗରମ ପାଣିରେ ମହୁ ଏବଂ ଲେମ୍ବୁର ରସ ମିଶାନ୍ତୁ, ୨ ଚାମଚ ମହୁ ଏବଂ ୧ ଚାମଚ ଲେମ୍ବୁର ରସକୁ ମିଶାନ୍ତୁ। ଯଦି ଆପଣ ତାଜା ଲେମ୍ବୁ ବ୍ୟବହାର କରୁଛନ୍ତି, ପାଖାପାଖି ଲେମ୍ବୁରୁ ଆପଣଙ୍କୁ ୧ ଚାମଚ କିମ୍ବା ୧୫ ଏମ୍ଏଲ୍ ପର୍ଯ୍ୟନ୍ତ ରସ ମିଳିଯିବ। ଆଉ ଯଦି ଆପଣଙ୍କର ସତେଜ ଲେମ୍ବୁ ରସ ନାହିଁ, ତେବେ ସମାନ ସ୍ୱାଦ ପାଇବା ପାଇଁ ସାଧାରଣ ଲେମ୍ବୁ ରସ ବ୍ୟବହାର କରନ୍ତୁ । ଯଦି ଆପଣ ମଗରେ ଗରମ ପାଣି ଢ଼ାଳିବା ପୂର୍ବରୁ ମହୁ ମିଶାନ୍ତି, ତେବେ ଏହା ଅତି ଶୀଘ୍ର ମିଳେଇ ଯିବ । ଏବେ ଆପଣ ଏହି ଲେମନ ଟି କୁ ପିଇ ପାରିବେ ।