ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ବୋରାଙ୍କ ପରଲୋକ ଘଟିଛି । ସୂଚନା ଅନୁସାରେ ଗତକାଲି ରାତିରେ ବୋରା ପୋର୍ଟିସ ଏକ୍ସର୍କଟ୍ ହସ୍ପିଟାଲରେ ୟୁରିନ ଇନ୍ଫେକ୍ସନ ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଆଜି ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ବୋରାଙ୍କୁ ୯୩ ବର୍ଷ ହୋଇଥିଲା । ମୋତିଲାଲ ଜଣେ ଦକ୍ଷ ସାମ୍ଵାଦିକ ଭାବେ ପରିଚିତ ଥିଲେ । ତେବେ ସେ ୧୯୬୮ରେ ଜାତୀୟ କଂଗ୍ରେସରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଥିଲେ । ବୋରା ଡିସେମ୍ଵର ୨୦ ଦିନ ନିଜ ୯୩ ତମ ଜନ୍ମଦିନ ପାଳନ କରିଥିଲେ ।
ମୋତିଲାଲ ୧୯୭୦ରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ଜିତିଥିଲେ । ତେବେ ସେ ୧୯୮୫ ରୁ ୧୯୮୮ ଓ ୧୯୮୯ରେ ଜାନୁଆରୀ ମାସରୁ ଡିସେମ୍ଵର ମାସ ଯାଏଁ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ୨୦୦୦ରୁ ୨୦୧୮ ଯାଏଁ କଂଗ୍ରେସର କୋଷାଧ୍ୟକ୍ଷର ଭାର ସମ୍ଭାଳୀ ଥିଲେ ।
Shri Motilal Vora Ji was among the senior-most Congress leaders, who had vast administrative and organisational experience in a political career that spanned decades. Saddened by his demise. Condolences to his family and well-wishers. Om Shanti: PM @narendramodi
— PMO India (@PMOIndia) December 21, 2020
Vora ji was a true congressman and a wonderful human being. We will miss him very much.
My love & condolences to his family and friends. pic.twitter.com/MvBBGGJV27
— Rahul Gandhi (@RahulGandhi) December 21, 2020