ସନ୍ଷ୍ଟାର ଟିଭି ବ୍ୟୁରୋ
ଭଦ୍ରକ: ଆରମ୍ଭ ହୋଇଯାଇଛି ମନ୍ଦିର ଖୋଲିବା ପର୍ବ । ଓଡିଶାର ଗୋଟିଏ ପରେ ଗୋଟିଏ ପ୍ରସିଦ୍ଧ ମନ୍ଦିର ଖୋଲା ହେବା ପାଇଁ ପ୍ରସ୍ତୁତି ଚାଲିଛି ।ତେବେ ଖୋଲିବାକୁ ଯାଉଛି ଭଦ୍ରକର ସୁପ୍ରସିଦ୍ଧ ବାବା ଆଖଣ୍ଡଳମଣୀ ମନ୍ଦିର । ଡିସେମ୍ଵର ୨୮ରୁ ଖୋଲିବାକୁ ଏହି ମନ୍ଦିର । ତେବେ ଏ ନେଇ ନିଷ୍ପତି ନେଇଛନ୍ତି ଭଦ୍ରକ ଜିଲ୍ଲାପାଳ । କରୋନା ଗାଇଡଲାଇନକୁ ପାଲନ କରି ମନ୍ଦିର ଖୋଲିଯିବାର ନିଷ୍ପତି ନିଆଯାଇଛି । ନୂଆ ବର୍ଷ ଅର୍ଥାତ୍ ୧ ଓ ୨ ରେ ମନ୍ଦିରରେ ହେଉଥିବା ଜନ ଗହଳିକୁ ଦୃଷ୍ଟିରେ ବନ୍ଦ ରଖାଯିବାର ନିଷ୍ପତି ନିଆଯାଇଛି ।ଜାନୂଆରୀ ୩ ପରଠାରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲା ରହିବ ।