ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଦେଶରେ କିଛି ଦିନ ହେଲା କ୍ରମାଗତ ଭାବେ ବଢି ଚାଲିଛି ତୈଳ ଦର । ଗତ ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁଯାୟୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ଅନ୍ୟ କେତେକ ଦେଶରେ ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ଅନ୍ତରାଷ୍ଟ୍ରୀୟ ବାଜରରେ କଞ୍ଚା ତୈଳର ଦାମରେ ବୃଦ୍ଧି ଘଟିଛି ଯାହାର ପ୍ରଭାବ ଭାରତ ଉପରେ ସିଧାସଳଖ ପଡୁଛି ।
ଓଡିଶାର ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ଦର ଲିଟର ପିଛା ୮୪.୦୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୮୦.୧୭ ପଇସା ରହିଛି ଅନ୍ୟ ସହର ଗୁଡିକ ଯଥା ବ୍ରହ୍ମପୁରରେ ପେଟ୍ରୋଲ ଦର ୮୫.୪୨, ଡିଜେଲ ଲିଟର ପିଛା ୮୧.୫୧, ସମ୍ଵଲପୁରରେ ପେଟ୍ରୋଲ ଦର ୮୪.୬୮, ଡିଜେଲ ଲିଟର ପିଛା ୮୦.୧୪, ବାଲେଶ୍ଵରରେ ପେଟ୍ରୋଲ ଦର ୮୩.୭୮, ଡିଜେଲ ଲିଟର ପିଛା ୮୦.୧୪ ରେ ମଧ୍ୟ ତୈଳ ଦର ରହିଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ଟପି ଯାଇଛି । ଇଣ୍ଡିଆନ ଅଏଲ ୱେବସାଇଡ୍ ତଥ୍ୟ ଅନୁଯାୟୀ, ମୁମ୍ବାଇରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୦.୩୪ ଟଙ୍କା ଥିବାବେଳେ ଡିଜେଲ ଦର ୮୦.୫୧ ଛୁଇଁଛି। ତେବେ ସେହିପରି କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ ୮୫.୧୯ ଏବଂ ୮୬.୫୧ ରହିଛି। ଏଠାରେ ଡିଜେଲ ଦର ଯଥାକ୍ରମେ ୭୭.୪୪ ଏବଂ ୭୯.୨୧ ରହିଛି।
ଗତ ନଭେମ୍ଵର ୨୦ ତାରିଖରୁ ଆଜି ସୁଦ୍ଧା ସରକାରୀ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଦର ୧୪ ଥର ବୃଦ୍ଧି କଲେଣି ।