ସନ୍ଷ୍ଟାର ଟିଭି ବ୍ୟୁରୋ
ସିଡନି: ପୂର୍ବ ଆନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚର ପରାଜୟର ବଦଲା ନେଲା ଭାରତ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତ ବିଜୟଲାଭ କରିଛି । ଟସ୍ ଜିତି ବିରାଟଙ୍କ ବୋଲିଂ କରିବାର ନିଷ୍ପତି ଫଳପ୍ରଦ ହୋଇଛି । ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ଅଷ୍ଟ୍ରେଲିଆ ୧୯୪ ରନ୍ ହାସଲ କରି ଭାରତ ସାମ୍ନାରେ ୧୯୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ।୧୯.୪ ଓଭରରେ ୧୯୫ ରନ୍ କରିଛି ଭାରତ।
ଅଧିନାୟକ ମାଥ୍ୟୁ ୱେଡ୍ ସର୍ବାଧିକ ୫୮ (୩୨) ରନ୍ କରିଥିବା ବେଳେ ଷ୍ଟିଭେନ୍ ସ୍ମିଥ୍ ୪୬ (୩୮) କରି ଦଳର ବ୍ୟାଟିଂ ମୂଳଦୂଆ ପକାଇଥିଲେ । ତେବେ ଆରୋନ୍ ଫିଞ୍ଚଙ୍କ ଅନୁପସ୍ଥିତିକୁ ଅନୁଭବ କରିଛି ଅଷ୍ଟ୍ରେଲିଆ ।ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ମାଥ୍ୟୁ ୱେଡ୍ ସର୍ବାଧିକ ୫୮ (୩୨) ରନ୍ କରିଥିବା ବେଳେ ଷ୍ଟିଭେନ୍ ସ୍ମିଥ୍ ୪୬ (୩୮) କରି ଦଳର ବ୍ୟାଟିଂ ମୂଳଦୂଆ ପକାଇଥିଲେ। ଅନ୍ୟ ପକ୍ଷରେ ଭାରତ ପକ୍ଷରୁ ଟି.ନଟରାଜନ୍ ୨ଟି ଉଇକେଟ୍ ନେଇଥିବା ବେଳେ ସାର୍ଦ୍ଦୁଳ ଠାକୁର ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଉଇକେଟ୍ ହାସଲ କରିଥିଲେ। କେଏଲ୍ ରାହୁଲ୍ (ଓ୍ଵିକେଟ୍ ରକ୍ଷକ) ମାଥ୍ୟୁ ୱେଡଙ୍କୁ ରନ ଆଉଟ୍ କରିଥିଲେ। ଆଜି ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ଫିଲଡିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଆଜିର ଏହି ମ୍ୟାଚ୍ରେ ଭାରତ ପକ୍ଷରୁ କେ ଏଲ୍ ରାହୁଲ୍ ୨୨ବଲ୍ରେ ୩୦ ରନ୍., ଶିଖର ଧଓ୍ଵନ ୩୬ ବଲରେ ୫୨ ରନ୍, ବିରାଟ କୋହଲି ୨୪ ବଲ୍ରେ ୪୦ ରନ୍, ଶ୍ରେୟସ୍ ଆୟେର୍ ୫ ବଲ୍ରେ ୧୨ ରନ୍, ସଞ୍ଜୁ ସାମ୍ସନ୍ ୧୦ ବଲରେ ୧୫ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨୨ ବଲରେ ୪୨ ରନ୍ କରି ଅପରାଜିତ ରହିଥିଲେ ଭାରତକୁ ବିଜୟ ଆଡକୁ ନେଇଯାଇଥିଲେ ।ଶେଷ ଓଭରରେ ୨ ଟି ଛକା ମାରି ହାର୍ଦ୍ଦିକ ଭାରତକୁ ବିଜୟର ସ୍ଵାଦ ଚଖାଇ ପାରିଥିଲେ । ମ୍ୟାନ ଅଫ୍ ଦ ମ୍ୟାଚ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।