ସନ୍ଷ୍ଟାର ଟିଭି ବ୍ୟୁରୋ
ବୈଜ୍ଞାନିକ ପରିକ୍ଷଣରୁ ଜଣାପଡିଛି ଯେ ମାଉଥ୍ୱାଶ୍ ମାତ୍ର ମାତ୍ର ୩୦ ସେକେଣ୍ଡରେ କରୋନା ଭଳି ଭାଇରସ୍କୁ ମାରି ପାରିବ। ବ୍ରିଟେନ୍ର କାର୍ଡିଫ୍ ୟୁନିଭର୍ସିଟିର ଏକ ଲ୍ୟାବ୍ରେ ବୈଜ୍ଞାନିକମାନେ ମାଉଥ୍ୱାଶ୍ ଗବେଷଣା କରି ଏପରି ତଥ୍ୟ ଦେଇଛନ୍ତି। ।
ଗତସପ୍ତାହରେ ପ୍ରକାଶିତ ହୋଇଥିବା ଏହି ଷ୍ଟଡି ରିପୋର୍ଟରେ ମାଉଥ୍ୱାଶ୍ କରୋନା ଭାଇରସ୍କୁ କାଉଣ୍ଟର କରିବାର ଏକ ସରଳ ଉପାୟ ବୋଲି ଜଣାପଡ଼ିଛି। ଯଦିଓ ଏହି ନୂଆ ଗବେଷଣାକୁ ସମୀକ୍ଷା କରାଯାଇ ନାହିଁ, ତେବେ ଏହା ଅନ୍ୟ ଏକ ଗବେଷଣା ରିପୋର୍ଟ ସହିତ ମେଳ ଖାଉଛି। ପୂର୍ବ ରିପୋର୍ଟରେ ମାଉଥ୍ୱାଶ୍ କରୋନା ନଷ୍ଟ କରିବାର କ୍ଷମତା ରଖୁଥିବା ଦର୍ଶାଯାଇଥିଲା।
ଉଭୟ ଷ୍ଟଡିର ଲ୍ୟାବ୍ ଟେଷ୍ଟରୁ ଏହା ଜଣାପଡ଼ିଛି ଯେ ମାଉଥ୍ୱାଶ୍ରେ ଯଦି ୦.୦୭% ସେଟିପାଇରିଡିନିୟମ୍ କ୍ଲୋରାଇଡ୍(ସିପିସି) ଥାଏ ତେବେ ତାହା କରୋନା ଭାଇରସ୍କୁ ନଷ୍ଟ କରିବାରେ ସକ୍ଷମ ହୋଇପାରେ। କିନ୍ତୁ ଏହା ମଧ୍ୟ କୁହାଯାଇଛି ଯେ ରିପୋର୍ଟ ର ଆହୁରି ସମୀକ୍ଷା କରାଯିବାର ଅଛି ।
ଯଦି ଏହି ପରୀକ୍ଷାଟି ସଫଳ ହୁଏ ତେବେ ଭବିଷ୍ୟତରେ କରୋନା ସହ ଲଢିବାରେ ଏହା ସହାୟକ ହେବ ।