ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମାସ୍କ ନ ପିନ୍ଧିଲେ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ଏହି ଜୋରିମାନା ୫୦୦ ଟଙ୍କା ଥିଲା ।ଗତ କିଛି ସପ୍ତାହ ହେଲା ଦିଲ୍ଲୀରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
କେଜ୍ରିଓ୍ବାଲ ଆଉମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ ବହୁତ ଲୋକ ମାକ୍ସ ପିନ୍ଧୁଥିଲେ ମଧ୍ୟ ଏବେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି କରୋନାକୁ ହେଳା କରି ମାକ୍ସ ପରିଧାନ କରୁନାହାନ୍ତି ।ଯେପରି ସମସ୍ତ କର୍ମଚାରୀମାନେ ମାକ୍ସ ପରିଧାନ କରନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ କେଜ୍ରିଓ୍ବାଲ ସବୁଧର୍ମର ମୁଖ୍ୟ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀ ସମୟରେ ସେ ଆଉ ମଧ୍ୟ କହିଛନ୍ତି ଯେ ପର୍ବପର୍ବାଣୀ ପାଳନ କରିବା ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ ନୁହେଁ । କିନ୍ତୁ ଏହି ସମୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପର୍ବପର୍ବାଣୀଗୁଡିକୁ ଘରେ ପାଳନ କରିବା ଲାଗି ସେ ଅନୁରୋଧ କରିଛନ୍ତି ।ପୋଖରୀ, ହ୍ରଦ ଏବଂ ନଦୀ ଭଳି ସର୍ବସାଧାରଣ ସ୍ଥାନରେ ଛଟ ପୂଜା ଉତ୍ସବ ଦିଲ୍ଲୀରେ ନିଷେଧ ରହିବ। ଚଳିତ ବର୍ଷ ଘରେ ଏହି ପର୍ବ ପାଳନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ଅତି ଜରୁରୀ ନ ଥିଲେ ହସପିଟାଲ ଯିବାକୁ ମଧ୍ୟ ସେ ମନା କରିଛନ୍ତି ।