ସନ୍ଷ୍ଟାର ଟିଭି ବ୍ୟୁରୋ
ଭ୍ରମଣ କରିବାକୁ କାହାକୁ ବା ଭଲ ନ ଲାଗେ । କିନ୍ତୁ ବସ୍, କାର୍ ଇତ୍ୟାଦିରେ ଯାତ୍ରା କରିବା ସମୟରେ ଅଧିକାଂଶ ଲୋକ ବାନ୍ତି ସମସ୍ୟା ଦେଇ ଗତି କରିଥାନ୍ତି । ଅନେକ ଲୋକଙ୍କୁ ଦୀର୍ଘ ଯାତ୍ରା କରିବା ଦ୍ୱାରା କିମ୍ବା ବଙ୍କା ରାସ୍ତାରେ ମଧ୍ୟ ବାନ୍ତି ଲାଗିଥାଏ । ଯାହାଦ୍ୱାରା ସେମାନେ କୁଆଡେ ବୁଲିବାକୁ ଯିବାକୁ ଇଚ୍ଛା କରି ନ ଥାନ୍ତି ।ଏପରି ପରିସ୍ଥିତିରେ କିଛି ଘରୋଇ ଉପଚାର ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
ତୁଳସୀ ପତ୍ର
ବାନ୍ତିକୁ ରୋକିବାରେ ତୁଳସୀ ପତ୍ର ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଯେତେବେଳେ ଆପଣଙ୍କୁ ବାନ୍ତି ଲାଗିବ, ତୁରନ୍ତ ୪ରୁ ୫ଟି ତୁଳସୀ ପତ୍ର ଚୋବାଇଦିଅନ୍ତୁ । ଆଉ ମଧ୍ୟ ଏକ ଛୋଟ ବୋତଲରେ ତୁଳସୀ ରସ ରଖନ୍ତୁ । ଯେତେବେଳେ ଆପଣଙ୍କୁ ବାନ୍ତି ଲାଗିବ, ଅଳ୍ପ ମହୁ ସହିତ ଏହାକୁ ପିଇଦିଅନ୍ତୁ ।
ଗୋଲ ମରିଚ
ସେହିପରି ଯଦି ଆପଣ ବାନ୍ତି କରୁଛନ୍ତି କିମ୍ବା ବାନ୍ତି ଲାଗୁଛି, ତେବେ ୨ରୁ ୩ଟି ଗୋଲମରିଚ ଚୋବାନ୍ତୁ ।ଆପଣ ଏଥିରୁ ଲାଭ ପାଇବେ ।
ଲବଙ୍ଗ
ଯାତ୍ରା ସମୟରେ ପାଖରେ କିଛି ଲବଙ୍ଗ ରଖନ୍ତୁ । ଯେତେବେଳେ ଆପଣଙ୍କୁ ବାନ୍ତି ଲାଗିବ, ପାଟିରେ ଦୁଇଟି ଲବଙ୍ଗ ପକାଇ ଏହାକୁ ଚୋବାନ୍ତୁ । ଖୁବ ଶୀଘ୍ର ବାନ୍ତି ବନ୍ଦ ହୋଇଯିବ ।
ଅଦା
ସେହିପରି ଅଦାରେ ମଧ୍ୟ ଆଣ୍ଟି-ଏମେଟିକ୍ ଗୁଣ ଅଛି ଯାହା ହଜମ ପ୍ରକ୍ରିୟାକୁ ଫିଟ୍ ରଖିବା ସହିତ ବାନ୍ତି ସମସ୍ୟାରୁ ମୁକ୍ତି ପାଇବାରେ ସହଜରେ ସାହାଯ୍ୟ କରିଥାଏ । ଏଥିପାଇଁ ଏକ ବୋତଲରେ ସମାନ ପରିମାଣର ଲେମ୍ବୁ ରସ ଏବଂ ଅଦା ରସ ରଖନ୍ତୁ ।ଯେତେବେଳେ ଆପଣ ଲଗାତାର ବାନ୍ତି କରନ୍ତି, ସେତେବେଳେ ଏହାକୁ ସେବନ କରନ୍ତୁ, ତୁରନ୍ତ ଆପଣଙ୍କ ବାନ୍ତି ବନ୍ଦ ହୋଇଯିବ ।
କଏନ ବା ଖୁଚୁରା ପଇସା
ବାନ୍ତି ଲାଗିବା ସମୟରେ ପାଖରେ ଥିବା ଟଙ୍କିକିଆ ବା ୨ଟଙ୍କିଆ କଏନକୁ ଧୋଇ ତାକୁ ଜିଭ ତଳେ ରଖିଦିଅନ୍ତୁ । ଦେଖିବେ କିଛି ସମୟ ମଧ୍ୟରେ ବାନ୍ତି ରୋକି ହେଇଯିବ ।