ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଜନସାଧାରଣଙ୍କ ନିକଟରେ ସତ୍ୟ ତଥା ନିରପେକ୍ଷ ଖବର ପହଞ୍ଚାଇବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଣୁ ସ୍ୱଚ୍ଛ ସାମ୍ବାଦିକତାର ପ୍ରତୀକ ସ୍ୱରୂପ ପ୍ରତିବର୍ଷ ନଭେମ୍ବର ୧୬ରେ ପାଳିତ ହୁଏ ଜାତୀୟ ପ୍ରେସ୍ ଦିବସ। ସମ୍ବାଦପତ୍ରଗୁଡ଼ିକର ଭୂମିକା ହେଉଛି- କାର୍ଯ୍ୟ-କଳାପ ଉପରେ ସତର୍କ ଦୃଷ୍ଟି ରଖିବା, ଆବଶ୍ୟକ ସ୍ଥଳରେ ପରାମର୍ଶ ଦେବା, ସମୀକ୍ଷା କରିବା, ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରିବା ।
୧୯୬୬ ନଭେମ୍ବର ୧୬ରେ କେନ୍ଦ୍ର ସରକାର ପ୍ରଥମେ ‘ଭାରତୀୟ ପ୍ରେସ୍ କାଉନ୍ସିଲ୍’ ଗଠନ କରିଥିଲେ। ୧୯୫୬ରେ କେନ୍ଦ୍ର ସରକାର ପ୍ରଥମ ପ୍ରେସ୍ କମିଶନ ବସାଇଥିଲେ। ‘ପ୍ରେସ୍ କାଉନ୍ସିଲ୍’ ଗଠନ କରିବା ପାଇଁ ଏହି କମିସନ୍ ସୁପାରିସ୍ କରିଥିଲେ। ତେବେ, ଗଠନ ହେବାକୁ ଲାଗିଯାଇଥିଲା ଏକ ଦଶନ୍ଧି। ‘ପ୍ରେସ୍ କାଉନ୍ସିଲ୍’ ଉପରେ ସ୍ବତନ୍ତ୍ର ବିଚାର କ୍ଷମତା ନ୍ୟସ୍ତ। ଯେ କୌଣସି ବ୍ୟକ୍ତି ଚାହିଁଲେ କୌଣସି ସମ୍ବାଦପତ୍ର ବିରୋଧରେ ଏହା ନିକଟରେ ଅଭିଯୋଗ କରିପାରିବେ। ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ, ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ।
ଜାତୀୟ ପ୍ରେସ୍ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସମସ୍ତ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।
Warm greetings to journalists and media persons on #NationalPressDay. A vigilant and free press is the key to an informed society and vibrant democracy. Let us pledge to make the fourth pillar free, fair and independent to speak the truth. pic.twitter.com/jnvmZSpg7m
— Naveen Patnaik (@Naveen_Odisha) November 16, 2020