ସନ୍ଷ୍ଟାର ଟିଭି ବ୍ୟୁରୋ
ପରଦାକୁ ଆସୁଛି ପବନ କିର୍ପଲାନିଙ୍କ ନିର୍ଦ୍ଦେଶିତ ଫିଲ୍ମ ଭୁତ ପୋଲିସ ।କମେଡି ଓ ହରର୍ ମିଶ୍ରତ ଏହି ଫିଲ୍ମ ରେ ଲିଡ ରୋଲରେ ନଜର ଆସିବେ ସୈଫ ଅଲ୍ଲୀ ଖାଁ ଓ ଅର୍ଜୁନ କପୁର ଏବଂ ତାଙ୍କ ବିପକ୍ଷରେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡେଜ୍ ଓ ୟାମି ଗୌତମ । ।ହଲିଉଡ ଫିଲ୍ମ ‘ଘୋସ୍ଟବୁଷ୍ଟରସ୍ ‘ ରୁ ଏହି ମୁଭିଟି ପ୍ରେରିତ ହୋଇଛି ବୋଲି ଅନୁମାନ କରାଯାଉଛି ।
ରେସ୍-୨ଫିଲ୍ମ ପରେ ଜ୍ୟାକଲିନ ଓ ସୈଫ ଏବେ ଏହି ଫିଲ୍ମରେ ଏକାଠି ନଜର ଆସିବାକୁ ଯାଉଛନ୍ତି ।ରେସ୍-୨ ରେ ଦର୍ଶକ ସେମାନଙ୍କ ଅଭିନୟକୁ ପସନ୍ଦ କରିଥିଲେ । ଜ୍ୟାକଲିନ ଏକ ସାକ୍ଷାତକାରରେ କହିଛନ୍ତି ସୈଫ ଓ ସେ କେବଳ ସହ ଅଭିନେତା ନୁହଁନ୍ତି ,ସେମାନେ ଭଲ ସାଙ୍ଗ ମଧ୍ୟ । ସେ ଆଉ ମଧ୍ୟ କହିଛନ୍ତି ଯେ ଅର୍ଜୁନ କପୁର ଓ ୟାମି ଗୌତମ ସହିତ ସେ ପ୍ରଥମ ଥର ପାଇଁ ସୁଟିଂ କରୁଥିଲେ ମଧ୍ୟ ସେମାନେ ମଜାଳିଆ ଅଟନ୍ତି । ଜ୍ୟାକଲିନ ଫିଲ୍ମ ର ସୁଟିଂ ପାଇଁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ରେ ଅଛନ୍ତି ।
ଭୁତ ପୋଲିସ ର ନିର୍ଦ୍ଦେଶନା ଭାର ପବନ କିର୍ପଲାନି ଉଠାଇ ଥିବା ବେଳେ ପ୍ରଯୋଜନା ଭାର ରମେଶ ତୌରାନୀ ଓ ଆକାଶ ପୁରି ଉଠାଇଛନନ୍ତି । ପବନ କହିଛନ୍ତି ଯେ ସେ ଏହି ରୋମାଞ୍ଚକ ଭରା ହରର୍ କମେଡି ପାଇଁ ଏକ୍ସାଇଟେଡ୍ ଅଛନ୍ତି । ଅର୍ଜୁନ ଓ ସୈଫ୍ଙ୍କୁ ସେ ଏହି ଫିଲ୍ମ ରେ ନେଇ ବହୁତ ଖୁସି ଅଛନ୍ତି । ଅର୍ଜୁନ ଓ ସୈଫ୍ ଦୁହେଁ ମନୋରଞନ ପାଇଁ ସମ୍ପୂର୍ଣ୍ଣ ଫିଟବୋଲି ସେ କହିଛନ୍ତି ।