ସନଷ୍ଟାର ଟିଭି ବ୍ୟୁରୋ
ଚଣ୍ଡିଗଡ଼: ‘ଜେଲ୍ ଯିବାକୁ ଇଚ୍ଛା ନାହିଁ ତ ବିବାହ କର’। ଏକ ଶୁଣାଣିରେ ଏପରି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ।ଜଣେ ପଞ୍ଜାବୀ ଯୁବକ ନିଜଠୁ ନିଚ୍ଚ ଜାତିର ଝିଅ ସହ ଶାରୀରିକ ସଂପର୍କ ରଖିବା ପରେ ବିବାହ କରିବାକୁ ମନା କରିବାରୁ ସୁପ୍ରିମ୍କୋର୍ଟର ମୁଖ୍ୟ ଜଷ୍ଟିସ୍ ଏସ୍ ବୋବ୍ଡେ ଯୁବକଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଯଦି ପୀଡ଼ିତା ଯୁବତୀଙ୍କୁ ବିବାହ ନକରନ୍ତି ତେବେ ତାଙ୍କୁ ଜେଲ୍ ଯିବାରୁ କେହି ଅଟକାଇ ପାରିବେ ନାହିଁ ବୋଲି ଜଷ୍ଟିସ୍ ବୋବ୍ଡେ କହିଛନ୍ତି।
ସୂଚନା ମୁତାବକ, ୨୦୧୬ ମସିହାରେ ଯୁବତୀ ଉଚ୍ଚ ଶିକ୍ଷା ଗ୍ରହଣ ସକାଶେ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ତାଙ୍କର ଜଣେ ପୁଅ ସହ ପରିଚୟ ହୋଇଥିଲା। ଯୁବକ ଜଣକ ନିଜ ଆଡୁ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ମାତ୍ର ଯୁବତୀ ନୀଚ ଜାତିର ହୋଇଥିବାରୁ ବିବାହ ଅସମ୍ଭବ ବୋଲି କହିବାରୁ ତାଙ୍କୁ ବୁଝାଇଲେ ଯୁବକ। ସେ ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ।
୨୦୧୮ ମସିହାରେ ଯୁବତୀ ଅଷ୍ଟ୍ରେଲିଆରୁ ଭାରତ ଫେରିବା ପରେ ଯୁବକ ଜଣକ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଏକ ହୋଟେଲ୍ରେ ରଖିଥିଲେ। ବେଶ୍ କିଛି ଦିନ ସଂପର୍କରେ ରହିବା ପରେ ଏହି ବିବାହ ପାଇଁ ତାଙ୍କ ବାପା ରାଜି ନାହାନ୍ତି ବୋଲି ଯୁବକ ଜଣକ ଯୁବତୀଙ୍କୁ ଜଣାଇଥିଲେ। ଯୁବତୀ ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶେଷରେ ଗତ ଅକ୍ଟୋବରରେ ଯୁବକଙ୍କ ବିରୋଧରେ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଯାହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ରାୟ ଶୁଣାଇଛନ୍ତି।