ସନ୍ଷ୍ଟାର ଟିଭି ବ୍ୟୁରୋ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ସହାରନପୁରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କୃଷକ ମହାପଞ୍ଚାୟତଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରିୟଙ୍କା କହିଛନ୍ତି ଯେ, ମୋଦୀଙ୍କ ହୃଦୟରେ ବ୍ୟବସାୟୀ ରହିଛନ୍ତି। ଏହି କୃଷି ଆଇନ ଦ୍ୱାରା କେବଳ ବ୍ୟବସାୟୀ ଲାଭବାନ ହେବେ।
ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ‘୩ଟି କୃଷି ଆଇନ ହେଉଛି ରାକ୍ଷସରୂପୀ ଯାହାକି କୃଷକଙ୍କୁ ମାରିଦେବ। ପ୍ରଥମ ଆଇନ ବିଜେପିର ପୁଞ୍ଜିପତି ମିତ୍ରଙ୍କୁ ଲାଭ ପ୍ରଦାନ କରିବ। କୃଷକକଙ୍କୁ ବଦନାମ କରି ଆଜି ସେମାନଙ୍କୁ ଦେଶଦ୍ରୋହୀ କୁହାଯାଉଛି। ମୋଦୀ ସମଗ୍ର ବିଶ୍ୱ ବୁଲୁଛନ୍ତି କିନ୍ତୁ କୃଷକଙ୍କ ପାଖକୁ ଯାଉ ନାହାନ୍ତି। ମୋଦୀ ସରକାର ସବୁକିଛି ବିକିବାକୁ ଚାହୁଁଛି ଯଦ୍ୱାରା କିଛି ଅରବପତି ଲାଭ ପାଇବେ।