ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ସୋମବାର ଉଭୟ ନେତା ଫୋନ ଯୋଗେ କଥା ହୋଇଥିଲେ । ଜୋ ବିଡେନ ରାଷ୍ଟ୍ରପତି ଭାର ସମ୍ଭାଳିବା ପରେ ପ୍ରଥମ ଥର ମୋଦିଙ୍କ ସହ ତାଙ୍କର ପ୍ରଥମ କଥାବାର୍ତ୍ତା। ଏହି ସମୟରେ ବିଡେନକୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି । ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ସୁରକ୍ଷା ନେଇ ଆଲୋଚନା ହୋଇଥିଲା । ଏନେଇ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ।
ମୋଦି ଟ୍ବିଟ କରି କହିଛନ୍ତି, ଦୁଇ ନେତା ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ମିଳିତ ସହଯୋଗରେ କାର୍ଯ୍ୟ କରିବାକୁ ସହମତ ହୋଇଛି। ଏହା ସହ ଜୋ ବିଡେନ ସାମରିକ କ୍ଷେତ୍ରରେ ସହଭାଗିତା କରିବାରୁ ସହମତି ହୋଇଥିବା ମୋଦି କହିଛନ୍ତି । ପିଏମ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଓ ମୁଁ ଭାରତ-ପ୍ରଶାନ୍ତ କ୍ଷେତ୍ର ଏବଂ ଏହାର ବାହାର ପାର୍ଶ୍ବରେ ଶାନ୍ତି, ସୁରକ୍ଷା ଲାଗି ରଣନୀତି ଭାଗିଦାରୀ ମଜବୁତ କରିବାକୁ ତତ୍ପର ଦେଖାଇଛୁ ।
ପିଏମ ଓ ବିଡେନଙ୍କ ସହ କଥାବାର୍ତ୍ତାକୁ ନେଇ ହ୍ବାଇଟ ହାଉସ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଦୁଇ ନେତାଙ୍କ ମଧ୍ୟରେ ଦୁଇର ସମ୍ପର୍କକୁ ମଜବୁତ କରିବାକୁ ଆଲୋଚନା ହୋଇଥିଲା । ବିଡେନ ବିଶ୍ବସ୍ତରୀୟ ଗଣତନ୍ତ୍ରରେ ମୂଲ୍ୟ ପ୍ରସାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ଦୁଇ ରାଷ୍ଟ୍ରର ଏପରି ଆଲୋଚନା ଉପରେ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଟିଏସ ସିନ୍ଧୁ କହିଛନ୍ତି, ଦୁଇ ଦେଶର ସମ୍ପର୍କରୁ ଏକ ନୂଆ ଓ ଉଚ୍ଚ ସ୍ତରରେ ପହଞ୍ଚାଇବାକୁ ଭାରତ ସର୍ବଦା ପ୍ରତିବଦ୍ଧତା । ବିଶ୍ବ ଚ୍ୟାଲେଞ୍ଜକୁ ଦୂର କରିବା ପାଇଁ ଭାରତ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୦ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଶପଥ ନେଇଥିଲେ । ବିଡେନ ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ତାଙ୍କର ପ୍ରଥମ କଥାବାର୍ତ୍ତା । ରାଷ୍ଟ୍ରପତି ଭାବେ ବିଡେନ ଶପଥ ନେବା ପରେ ମୋଦି ତାଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଲେ ।