ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର ;ଫିକଲ ସ୍ଲଗ ଆଣ୍ଡ ସେପ୍ଟେଜ୍ ମ୍ୟାନେଜମେଣ୍ଟ (FSSM) ରେ ଓଡିଶାର ରାଜଧାନୀ ଭୁବନେଶ୍ବରକୁ ମିଳିଛି ବଡ ସଫଳତା । ଆବର୍ଜନା ପରିଚାଳନାରେ ଭୁବନେଶ୍ବର ଦେଶର ପ୍ରଥମ ସହର ଭାବେ ଆନ୍ତର୍ଜାତୀୟ ମାନକୀକରଣ ସଂଗଠନ ଠାରୁ ସମ୍ମାନିତ ହୋଇଛି ।କେବଳ ଦେଶରେ ପ୍ରଥମ ନୁହେଁ ବିଶ୍ବ ସ୍ତରରେ ମଧ୍ୟ ଦ୍ବିତୀୟ ସ୍ଥାନ ଅଧିକାର କରିଛି ଭୁବନେଶ୍ବର ।
ଏହି ସଫଳତା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି )କୁ ଆଇଏସ୍ଓ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।ବିଏମ୍ସି ଅନୁସାରେ ଏଫ୍ଏସ୍ଏସ୍ଏମ୍ ଆପଣାଇବାରେ ଭୁବନେଶ୍ବର ହେଉଛି ରାଜ୍ୟର ପ୍ରଥମ ସହର । ଓ ଏହି ସଫଳତା ପାଇଁ ସେ ଭୁବନେଶ୍ବରର ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ଭୁବନେଶ୍ବରବାସୀଙ୍କ ସହଯୋଗ ପାଇଁ ସମ୍ଭବ ହୋଇପାରିଛି ବୋଲି କହଛନ୍ତି ।
Bhubaneswar becomes the 1st city in the entire country to receive the
ISO-9001:2015 certification for effective Faecal Sludge & Septage Management #FSSM services.We thank all citizens for the cooperation ! pic.twitter.com/TuiW66Ktig
— BMC (@bmcbbsr) November 11, 2020