ସନଷ୍ଟାର ଟିଭି ବ୍ୟୁରୋ
ରିଲିଜ ହେଲା ଲୋକପ୍ରିୟ ଚଳଚ୍ଚିତ୍ର ‘ଦୃଶ୍ୟମ-୨’ର ଟ୍ରେଲର୍ । ପ୍ରଥମେ ଏହା ଫେବୃଆରୀ 8 ରେ ରିଲିଜ ହେବାର ଥିଲା । କିନ୍ତୁ ଏହାର ଦୁଇ ଦିନ ପୂର୍ବରୁ ଏହାକୁ ରିଲିଜ କରା ଯାଇଛି । ତେବେ ଏହି ଲୋକପ୍ରିୟ ଫିଲ୍ମ ଟି ମାଲାୟଲମ୍ ଭାଷାରେ ନିର୍ମାଣ ହୋଇଛି ।
୨୦୧୫ରେ ଏହି ଚଳଚ୍ଚିତ୍ର ହିନ୍ଦୀରେ ମୁକ୍ତିଲାଭ ହେବା ପୂର୍ବରୁ ୨୦୧୩ରେ ମାଲାୟଲମ୍ ଭାଷାରେ ଆସିଥିଲା । ପ୍ରଯୋଜକ ନିଶିକାନ୍ତ କାମତ୍ ଦୁଇ ବର୍ଷ ପରେ ଏହାକୁ ହିନ୍ଦୀ ଭାଷାରେ ରି-ମେକ୍ କରାଇଥିଲେ । ତେବେ ଅଜୟ ଦେବଗନ୍ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ହିନ୍ଦୀରେ ମୁକ୍ତିଲାଭ କରିବା ପରେ ଲୋକାଦୃତ ହୋଇଥିଲା । ଯେଉଁଥିପାଇଁ ପରେ ଏହାକୁ ତାମିଲ୍ ଭାଷାରେ ମଧ୍ୟ ରି-ମେକ୍ କରାଗଲା । ତେବେ ‘ଦୃଶ୍ୟମ-୨’କୁ ମୂଳ ଭାଷାରେ ମାଲାୟଲମ୍ରେ ତିଆରି କରାଯାଇଛି । ଏହା ଫେବୃଆରୀ ୧୯ରେ ଆମାଜନ୍ ପ୍ରାଇମ୍ରେ ରିଲିଜ୍ ହେବ । ତେବେ ଏଥିରେ ସୁପରଷ୍ଟାର ମୋହନଲାଲ୍ ମୁଖ୍ୟ ଭୂମିକାରେ ନଜରରେ ଆସୁଛନ୍ତି ।