ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ କଙ୍ଗନା ଖୁଲାସା କରିଛନ୍ତି କି, ସେ ଗୋରା କରାଉଥିବା ଫେୟାରନେସ୍ କ୍ରୀମ୍ର ଆଡ୍ କରନ୍ତି ନାହିଁ। ଅର୍ଥାତ୍ ଏହାର ପ୍ରଚାର କରନ୍ତି ନାହିଁ। ଏହାଛଡ଼ା ଫିଲ୍ମରେ ଆଇଟମ୍ ନମ୍ବର ମଧ୍ୟ କରନ୍ତି ନାହିଁ। ସେ କୌଣସି ବଡ଼ ସୁପରଷ୍ଟାରଙ୍କ ଫିଲ୍ମରେ ବି ନାହାନ୍ତି।
ଟ୍ଵିଟରରେ ଖୁବ୍ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀ ଆହୁରି ମଧ୍ୟ କହିଥିଲେ, ଏବେ ସମସ୍ତ ବଡ଼ ବ୍ରାଣ୍ଡ ତାଙ୍କ ସହିତ ଚୁକ୍ତି କ୍ୟାନ୍ସଲ କରି ଦେଇଛନ୍ତି। ସେ ଯାହା ବି କମାଇ ଥାଆନ୍ତି, ତାହାକୁ ଦାନରେ ଦେଇ ଦିଅନ୍ତି। ଏ ବିଷୟରେ କଙ୍ଗନା କହିଛନ୍ତି, ‘ମୁଁ ବଡ଼ିମା ଦେଖାଇବାକୁ ଚାହୁଁନାହିଁ। ଏହା ବଦଳରେ ମୋତେ ବହୁତ କିଛି ମିଳିଛି। ମୁଁ ବୁଝିପାରୁନି, ଲୋକଙ୍କୁ କେମିତି ପ୍ରେରିତ କରିବି କି, ସେମାନେ ମଧ୍ୟ ଦାନ କରନ୍ତୁ।’
ନିକଟରେ ଅନ୍ତର୍ଜାତୀୟ ପପ୍ ଗାୟିକା ରିହାନା କୃଷକ ଆନ୍ଦୋଳନ ଉପରେ କରିଥିବା ଟ୍ଵିଟ୍କୁ ନେଇ କଙ୍ଗନା କଟାକ୍ଷ କରିଥିଲେ। କଙ୍ଗନା ତାଙ୍କୁ ଇଡିୟଟ୍ ବୋଲି କହିଥିଲେ। ସେ କହିଥିଲେ କି, ରିହାନା, ସୁନିଧି ଚୌହାନ ଓ ନେହା କକ୍କରଙ୍କ ଭଳି ଜଣେ ଗାୟିକା। ତାଙ୍କଠାରେ କୌଣସି ଖାସ୍ କଥା ନାହିଁ। ସେ ଡ୍ୟାନ୍ସ କରିବା ସମୟରେ କେବଳ ଅଶ୍ଳୀଳ ହରକତ କରିପାରିବେ, ଏହା ବ୍ୟତୀତ ଆଉ କିଛି ନୁହେଁ।