<h3 style="text-align: center;"><strong>ସନଷ୍ଟାର ଟିଭି ବ୍ୟୁରୋ</strong></h3> <img class="alignnone size-medium wp-image-974 aligncenter" src="https://sunstartv.com/odia/wp-content/uploads/2020/11/b93663f5ad903b5dcac8ea5495081af3-225x300.jpg" alt="" width="225" height="300" /> <h4> <strong>ବାଙ୍ଗାଲୁରୁ;</strong> କରୋନା ମହାମାରୀ କୁ ଆଖି ଆଗରେ ରଖି ଆଲୋକର ପର୍ବ ଦୀପାବଳୀ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ଦୀପାବଳି ର ଭାରତରେ ଖୁବ୍ ଚାହିଦା ଥିବା ବେଳେ ଏଥର କିନ୍ତୁ ଏହା ଫିକା ପଡିଯିବ ବୋଲି ସମସ୍ତେ ଜାଣିଛନ୍ତି । କାରଣ ଦୀପାବଳୀରେ ଅଧିକାଂଶ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଛନ୍ତି । ବାଣ ଫୁଟିଲେ ଯେଉଁ ପ୍ରଦୂଷଣ ହେବ ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ପ୍ରଥମେ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇଥିବାରୁ ବିଭିନ୍ନ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଶୀତଋତୁରେ କରୋନା ସଂକ୍ରମଣର ପ୍ରଭାବ ଅଧିକ ରହିବ ବୋଲି ବିଶେଷଜ୍ଞମାନେ ପୂର୍ବରୁ ସତର୍କ କରାଇ ଦେଇଛନ୍ତି । ତେବେ ଦୀପାବଳିରେ ମନ ଉଣା ନ କରି ଏଥର ବାଣ ନ ଫୁଟାଇ ବାଣ ଖାଇବାକୁ କହିଛନ୍ତି କର୍ନାଟକ ବେଙ୍ଗାଲୁରୁର ଜଣେ ଚକୋଲେଟ୍ ବ୍ୟବସାୟୀ । ଦୀପାବଳୀକୁ ନଜରରେ ରଖି ମହିଳା ଚକୋଲେଟ ବ୍ୟବସାୟୀ ଜଣକ ଚକୋଲେଟର ନାମ ବାଣର ନାମ ଭଳି ରଖିଛନ୍ତି ଓ ଏହାର ଆକାର ବି ବାଣ ଭଳି କରାଯାଇଛି । ଯେମିତିକି ରକେଟ୍ସ, ସୁତୁଳି ବମ୍, ଲକ୍ଷ୍ମୀ ପଟାଖା, ଫ୍ଲାୱାର୍ ପଟ୍ସ ବା ଫୁଲଦାନୀ ଇତ୍ୟାଦି । ତେବେ ଚକୋଲେଟ ଗୁଡିକ ବାଣ ଭଳି ଦେଖିବାକୁ ହୋଇଥିବାରୁ ଏହା ଛୋଟ ଛୋଟ ପିଲାମାନଙ୍କର ବେଶ ପସନ୍ଦ ଆସିବ ବୋଲି ସେ କହିଛନ୍ତି ।</h4> <img class="alignnone size-medium wp-image-975 aligncenter" src="https://sunstartv.com/odia/wp-content/uploads/2020/11/2019_10largeimg21_Monday_2019_143531313-300x160.jpg" alt="" width="300" height="160" />