ସନ୍ଷ୍ଟାର ଟିଭି ବ୍ୟୁରୋ
ବିହାର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମ ଥର ପାଇଁ ଶପଥ ପାଠ କରିବେ ନୀତିଶ କୁମାର । ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୧୬ ତାରିଖରେ ଶପଥ ଗ୍ରହଣ କରିପାରନ୍ତି ନୀତିଶ । ବିହାରରେ ଏନ୍ଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି । ଉଲ୍ଲେଖଯୋଗ୍ୟ ବିହାର ନିର୍ବାଚନରେ ବିଧାନସଭାର ୨୪୩ ଆସନରୁ ବିଜେପି ୭୪ ଏବଂ ଜେଡିୟୁ ୪୩ ଆସନ ପାଇଛି । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨ ହେଲେ ବିଜେପି-ଜେଡିୟୁର ମେଣ୍ଟ ଏନ୍ଡିଏ ୧୨୫ଟି ଆସନ ହାସଲ କରି ମୁଖ୍ୟମନ୍ତ୍ରୀ ଗାଦିକୁ ନିଜ ହାତକୁ ଆଣିଛନ୍ତି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ନୀତିଶ କୁମାର ହେଉଛନ୍ତି ଏନ୍ଡିଏର ନେତା ,ଏଥର ନିର୍ବାଚନରେ ତାଙ୍କ ଦଳର କ୍ଷତି ବା ଲାଭ ଯାହାବି ହେଉ, ସେ ମୁଖ୍ୟମନ୍ତ୍ରୀ ହେବେ ଅନ୍ୟପଟେ ଆସନ୍ତା ଦୀପାବଳି ପରେ ନୀତିଶ କୁମାର ଶପଥଗ୍ରହଣ କରିବେ ବୋଲି ଜେଡିୟୁ ନେତା କେ.ସି ତ୍ୟାଗୀ କହିଛନ୍ତି ।