ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ୫ କୋଟି ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବାକୁ କହି ଗିରଫ ହେଲେ ଯୁବକ । ତେବେ ଏହି ଘଟଣାଟି ଘଟିଛି ପୁଡୁଚେରୀରେ ।ପୁଡୁଚେରୀର ସତ୍ୟନନ୍ଦମ୍ ନାମକ ଜଣେ ବ୍ୟକ୍ତି ଫେସବୁକରେ ଏକ ପୋଷ୍ଟ ଲେଖି ଘୋଷଣା କରିଥିଲେ ଯେ ଯଦି କେହି ତାଙ୍କୁ ୫ କୋଟି ଟଙ୍କା ଦିଅନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବେ । ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ଦୃଷ୍ଟିକୁ ଆସିଥିଲା ।ପୋଲିସ୍ ଏହି ଘଟଣାର ତଦନ୍ତ କରି ଏହି ୪୩ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ହେବା ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଯାହା ତାଙ୍କୁ ନ୍ୟାୟିକ ହେପାଜତରେ ଜେଲକୁ ପଠାଇଥିଲା । ପୋଲିସର ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାର ଧମକ ଦେଇ ଅଭିଯୁକ୍ତ ସତ୍ୟନନ୍ଦଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୫ (୧) ଏବଂ ୫୦୫ (୨) ଅନୁଯାୟୀ ସାଧାରଣରେ ଏଭଳି ବୟାନ ଦେବା ତଥା ଶତ୍ରୁତା ଓ ଘୃଣା ବଢାଇବା ଅଭିଯୋଗରେ ଏହି ଧାରା ଲାଗୁ କରାଯାଇଛି ।
ପୋଲିସ କହିଛି ଯେ ଅଭିଯୁକ୍ତ ଫେସବୁକରେ ଏକ ମେସେଜ ପୋଷ୍ଟ କରିଥିଲା । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ବୋଲି ଲେଖାଯାଇଛି । ଯଦି କେହି ତାଙ୍କୁ ୫ କୋଟି ଦେବାକୁ ପ୍ରସ୍ତୁତ ରହିବେ ସେ ଏହି ହତ୍ୟାକାଣ୍ଡ ଘଟାଇବେ ଓ କିଏ ଏହି ପଇସା ଦେବାକୁ ରାଜି ଅଛ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଏହି ଫେସବୁକ ପୋଷ୍ଟକୁ ଜଣେ କାର ଡ୍ରାଇଭର ଦେଖିଥିଲେ ଏବଂ ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଉକ୍ତ ବ୍ୟକ୍ତିଙ୍କ ଫେସବୁକ ଆକାଉଣ୍ଟ ପାଇ ତାଙ୍କୁ ଗିରଫ କରିଥିଲା । ଏହା ଛଡା ମଧ୍ୟ ସେ ଅନ୍ୟ ନେତାମାନଙ୍କୁ ଅସମ୍ମାନୀତ କରି ଅନେକ ଗୁଡିଏ ପୋଷ୍ଟ ଫେସବୁକ୍ରେ ସେୟାର କରିଥିଲେ ।ସେହି ପୋଷ୍ଟ ଗୁଡିକ ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି କରିପାରେ ବୋଲି ପୋଲିସ ସୂଚନା ଦେଇଥିଲା ।