ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ଵାଳଙ୍କ ସନ୍ଦେହ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଏହି ଅଭାବନୀୟ ଘଟଣା ଘଟିଛି । କଣ୍ଟେନର ତଳୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ତାଙ୍କ ବାଇକ ଓ ମୋବାଇଲ୍ ମଧ୍ୟ ମିଳିଛି । ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ଟାଙ୍ଗୀ ପୋଲିସ ।
ସୂଚନାଯୋଗ୍ୟ; ଜାନୁଆରୀ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ତାଙ୍କ ସହଯୋଗୀ ଦିବ୍ୟସିଂହ ପ୍ରାଣ ହରାଇଥିଲେ । ତେବେ ସେହି ଘଟଣାରେ ପ୍ରଫୁଲ୍ଲ ବିଶ୍ଵାଳଙ୍କ ସଂପୃକ୍ତିକୁ ନେଇ ପୋଲିସ ସନ୍ଦେହ କରୁଥିଲା । ଏହି ଘଟଣାରେ ପ୍ରାୟ ୬ ଜଣଙ୍କୁ ଗିରଫ କରିଥିଲା ଗ୍ରାମାଞ୍ଚଳ ପୋଲିସ ।