ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ପରୀକ୍ଷା ନଦେଇଥିଲେ ପରୀକ୍ଷା ଦେବା ପାଇଁ ମିଳିବ ଆଉ ଏକ ସୁଯୋଗ । ୨୦୨୦ ରେ କରୋନା ମହାମାରୀ ଯୋଗୁଁ ଅନେକ ପିଲା ୟୁପିଏସସି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ ।
ଏଥିରେ ଅନେକ ପରୀକ୍ଷାର୍ଥୀ ଥିଲେ, ଯେଉଁମାନଙ୍କ ପାଇଁ ଗତବର୍ଷ ୟୁପିଏସସି ପରୀକ୍ଷା ଦେବାର ଶେଷ ସୁଯୋଗ ଥିଲା। ତେବେ କରୋନା କାରଣରୁ ସେମାନେ ପରୀକ୍ଷା ଦେଇନପାରିବାରୁ ପରବର୍ତ୍ତୀ ସମୟରେ ସେମାନେ ସୁପ୍ରିମକୋର୍ଟରେ ଶେଷ ସୁଯୋଗ ପାଇବା ପାଇଁ ଆବେଦନ କରିଥିଲେ । ଆବେଦନ ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଏ ବିଷୟରେ ଉତ୍ତର ମାଗିଥିଲେ। ତେବେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ୟୁପିଏସସି ପରୀକ୍ଷା ଦେବାର ଶେଷ ସୁଯୋଗ ଥିବା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ସରକାର ଆଉ ଏକ ସୁଯୋଗ ଦେବାକୁ ରାଜି ହୋଇଛନ୍ତି।