ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି କାଲିର ଯୁବ ଗୋଷ୍ଠୀ ଆଉ ହାତରେ କ୍ୟାସ ଧରି ବୁଲିବାକୁ ପସନ୍ଦ କରୁନାହାଁନ୍ତି । ଡିଜିଟାଲ ଯୁଗରେ କେବଳ ଫୋନ ଥିଲେ ହାତରେ ପଇସା ରଖିବା ବି ଦରକାର ପଡୁନାହିଁ । କିନ୍ତୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ସାଇବର କ୍ରିମିନାଲ ମାନେ । ସାଇବର ଠକମାନଙ୍କର ଠକାମିର ନୂଆ ଠିକଣା ସାଜିଛି QR କୋର୍ଡ ସ୍କାନର । ପେଟ୍ରୋଲ ପମ୍ପ, ଦୋକାନ, ମଲ ମାନଙ୍କରେ QR କୋର୍ଡ ସ୍କାନ କରି ପେମେଣ୍ଟ କରିବା ବହୁତ ସୁବିଧା ହୋଇଥାଏ । କିନ୍ତୁ ଏହି ସ୍କାନ କରିବା ଦ୍ଵାରା ଠକାମିର ଶିକାର ହେବାର ସବୁଠୁ ଅଧିକ ସମ୍ଭାବନା ଥାଏ ।QR କୋର୍ଡ ବା quick response ସର୍ବ ପ୍ରଥମେ ଜାପାନରେ ଆରମ୍ଭ ହୋଇଥିଲା ।
ଜାଣନ୍ତୁ କିପରି ଏହି ଠକାମିର ଶିକାର ଆପଣ ହୋଇପାରିବେ
ଲୋକ ଡିଜିଟାଲ କ୍ଷେତ୍ରରେ ଯେତେ ଆଗକୁ ବଢୁଛନ୍ତି ସେତେ ଡିଜିାଟାଲ ଠକାମିର ଶିକାର ମଧ୍ୟ ହେଉଛନ୍ତି । QR କୋର୍ଡରେ ଠକେଇ ଭିନ୍ନ ଭିନ୍ନ ପ୍ରକାରରେ ହୋଇପାରେ ତ ସେଥିପାଇଁ ସତର୍କ ରହିବା ନିହାତି ଆବଶ୍ୟକ ।
ସାଇବର ଠକ ଆପଣଙ୍କୁ ମେସେଜ ବା ଇମେଲ ଜରିଆରେ QR କୋର୍ଡ ପଠାଇପାରିବ । ଯେଉଁଥିରେ ଆପଣଙ୍କୁ ଏକ ଭାରି ରକମର ଟଙ୍କା ୧୦୦୦୦୦ ଟଙ୍କା ଭଳି ଲଟେରି ଜିତିବାର ପ୍ରଲୋଭନ ଦେଖାଇପାରନ୍ତି । ଏହାପରେ ଆପଣଙ୍କୁ ଆପଣଙ୍କ UPI ପିନ ଦେଇ ପଇସା ଉଠାଇବା କଥା କହିବେ । ଯଦି ଆପଣ ଯେତେବେଳେ ଏହି QR କୋର୍ଡ ସ୍କାନ କରିବେ ଏଥିରେ UPI ପିନ ଦେବେ ତ ସାଙ୍ଗେ ସାଙ୍ଗେ ଆପଣଙ୍କ ଆକାଉଣ୍ଟରୁ ପଇସା ସାଇବର ଠକରଙ୍କ ଆକାଉଣ୍ଟକୁ ଚାଲିଯିବ ।
ପେଟ୍ରୋଲ ପମ୍ପ ବା ଦୋକାନରେ ମଧ୍ୟ QR କୋର୍ଡ ସ୍କାନ କରିବା ସମୟରେ ମଧ୍ୟ ସାଇବର ଠକ ଅରିଜିନାଲ QR କୋର୍ଡ ସ୍ଥାନରେ ଫେକ୍ QR କୋର୍ଡ ଲଗାଇପାରିବ ।ଯାହା ଫଳରେ ଆପଣ ପଇସା ପଠାଇଲେ ଠକର ଆକାଉଣ୍ଟକୁ ଚାଲିଯିବ ।
ଏଥିରୁ ବର୍ତ୍ତିବା ପାଇଁ ସ୍କାନ କରିବା ସମୟରେ ସବୁବେଳେ ସାବଧାନ ରହିବା ଦରକାର । ସ୍କାନ କରିବା ସମୟରେ ଉପରେ ଆସୁଥିବା ନାମକୁ ମଧ୍ୟ ଭଲରେ ଦେଖି ପଇସା ପଠାଇବା ଉଚିତ୍ । ସିଧା ସଳଖ QR କୋର୍ଡ ସ୍କାନର ସ୍ଥାନରେ ଆକାଉଣ୍ଟ ନମ୍ଵରରେ ବା ଅନ୍ୟ ମାଧ୍ୟମରେ ମଧ୍ୟ ପଠାଇପାରିବେ ।
ଆକାଉଣ୍ଟରୁ ପଇସା କଟିବା କ୍ଷଣି ହିଁ ବ୍ୟାଙ୍କରେ ଯୋଗାଯୋଗ କରନ୍ତୁ । ଯଦି ସାଇବର ଠକାମିର ଶିକାର ହେଉଛନ୍ତି ତ ତୁରନ୍ତ ପୋଲିସ ସହ ସମ୍ପର୍କ କରନ୍ତୁ ଯାହା ଫଳର ଆପଣ ପଇସା ଫେରିପାଇବାରର ସମ୍ଭାବନା ରହିଥାଏ ।