ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଜାରି କରିଛି ହେଲ୍ପ ଲାଇନ ନମ୍ବର-୬୩୭୦୯୬୭୧୦୦ । ତେବେ ଏହି ସହାୟତା ସେବା ୨୪ ଘଣ୍ଟା ପାଇଁ ଉପଲବ୍ଧ ହେବ ବୋଲି କହିଛନ୍ତି ପୋଲିସ ପ୍ରଶାସନ ।ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ଯାନ ଗୁଡିକରେ ଏହି ନମ୍ଵର ଲେଖିବା ବାଧ୍ୟତାମୂଳକ ଅଟେ ।
କିଛି ଦିନ ତଳେ ପୁରୀକୁ ବୁଲିବାକୁ ଆସିଥିବା ପଶ୍ଚିମବଙ୍ଗର ଦୁଇ ଦମ୍ପତି ବସ୍ରେ ଯାଉଥିବା ସମୟରେ ବସ୍ ଚାଳକ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ କରିଥିଲେ ।ତେବେ ଏହା ପରେ ସେହି ବସ୍ ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ପୁରୀ ପୋଲିସ ।
𝗦𝘁𝗲𝗽𝘀 𝗳𝗼𝗿 𝗧𝗼𝘂𝗿𝗶𝘀𝘁s’ 𝗦𝗮𝗳𝗲𝘁𝘆 𝗮𝗻𝗱 𝗦𝗲𝗰𝘂𝗿𝗶𝘁𝘆 –
1. Tourist Helpline Number Relaunched – 𝟲𝟯𝟳𝟬𝟵 𝟲𝟳𝟭𝟬𝟬
2. Meeting with private bus owners’ associations
3. Display of Police Tourist Helpline number in buses @DGPOdisha @odisha_police @CMO_Odisha pic.twitter.com/TGwUKgIzT2— Puri Police (@SPPuri1) February 4, 2021