ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସ୍ଵଦେଶୀ ଟିକାର ବ୍ୟବହାର ପରେ ଭାରତକୁ ଆସିବାକୁ ଯାଉଛି ରୁଷରେ ନିର୍ମିତ କୋଭିଡ-୧୯ ଟିକା ‘ସ୍ପୁଟ୍ନିକ୍’। ମାର୍ଚରୁ ଏପ୍ରିଲ୍ ମାସ ମଧ୍ୟରେ ଏହି ଟିକା ଭାରତରେ ପହଞ୍ଚିବାକୁ ଯାଉଛି । ଏନେଇ ‘ଡକ୍ଟର୍ ରେଡିସ୍ ଲାବ୍ରୋଟରି’ର ‘ଏପିଆଇ’ ଏବଂ ‘ଫାର୍ମା ସର୍ଭିସେସ୍’ର ମୁଖ୍ୟ ଦୀପକ ସାପ୍ରା ସୂଚନା ଦେଇଛନ୍ତି । ଭାରତରେ ‘ଡକ୍ଟର୍ ରେଡିସ୍ ଲାବ୍ରୋଟରି’ ରୁଷ୍ ପ୍ରସ୍ତୁତ କରୋନାଭାଇରସ୍ ଟିକା ‘ସ୍ପୁଟ୍ନିକ୍-୫’ ଉତ୍ପାଦନ କରିବ ।
‘ସ୍ପୁଟ୍ନିକ୍-୫’ ଟିକା କରୋନାଭାଇରସ୍ ସଂକ୍ରମଣ ବିରୋଧରେ ୯୧.୬% ଫଳପ୍ରଦ ବୋଲି ନିକଟରେ ‘ଲାନ୍ସେଟ୍’ ଅଧ୍ୟୟନର ମଧ୍ୟବର୍ତ୍ତୀକାଳୀନ ଫଳାଫଳରୁ ଜଣାପଡ଼ିଛି ।
ଗଣମାଧ୍ୟମକୁ ଦୀପକ ସାପ୍ରା କହିଛନ୍ତି, ୧୨୫ ନିୟୁତ ଜନତାଙ୍କ ପାଇଁ (୨୫୦ ନିୟୁତ ଡୋଜ୍) ଟିକା ଉତ୍ପାଦନ କରିବାକୁ ଆମେ ରୁଷ୍ ଅଂଶୀଦାରଙ୍କ ସହ ଚୁକ୍ତି କରିଛୁ । ୧୨.୫ କୋଟି ଲୋକଙ୍କ ଏତିକ ଟିକା ଯଥେଷ୍ଟ ହେବ । ଭାରତରେ ଏହି ଟିକାର ମୂଲ୍ୟ କେତେ ହେବ ତାହା ନିର୍ଦ୍ଧାରିତ ହୋଇ ନ ଥିଲେ ବି, ବିଶ୍ୱରେ ମିଳୁଥିବା ଅନ୍ୟ ଟିକାଗୁଡ଼ିକର ମୂଲ୍ୟ ଭଳି ସୁଲଭ ହେବ ବୋଲି ଆଶା କରାଯାଉଛି ।