ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରେଳ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ, ‘ରେଳ ବଜେଟରେ ଯାହା ଓଡିଶା ପାଇଁ ଆଶା କରାଯାଉଥିଲା ତାହା ପୂରଣ ହୋଇନି। ରେଳ ବଜେଟରେ ବି ଓଡିଶାକୁ ଉପେକ୍ଷିତ କରାଯାଇଛି ।’
ଆଗକୁ ଆସୁଥିବା ତାମିଲନାଡୁ ଓ ପଶ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସେ ରାଜ୍ୟକୁ ଅଧିକ ଦେଇଛି । ଓଡିଶାର ଆବଶ୍ୟକତା ଓ ଅଭିବୃଦ୍ଧି ଦୃଷ୍ଟିରୁ ଯାହା ପାଇବା କଥା ତାହା ପାଇନାହିଁ । କେନ୍ଦ୍ର ରାଜ୍ୟ ମଧ୍ୟରେ ଭିତିରିଆ ରାଜନୈତିକ ସୁସମ୍ପର୍କ ଥିବାରୁ ରାଜ୍ୟର ହକ ଦାବି କେନ୍ଦ୍ର ସାମ୍ନାରେ ସଠିକ ଭାବେ ଉପସ୍ଥାପନ କରିପାରୁନି ରାଜ୍ୟ ବୋଲି ସେ କହିଛନ୍ତି ।
ସେହିପରି ନୂଆ ରେଳ ଲାଇନ କିଛି ନାହିଁ । ପୁରୁଣା ଲାଇନ ପାଇଁ କିଛି କିଛି ଅର୍ଥ ଦେଇଛନ୍ତି ବୋଲି ସେ କହିଛନ୍ତି । ସୂଚନା ଅନୁସାରେ, ରେଳ ବଜେଟରେ କେନ୍ଦ୍ର ସରକାର 5 ହଜାର 528 କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ।