ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର ; ଇକୋ ରିଟ୍ରିଟ ଓଡିଶା ପର୍ଯ୍ୟଟନର ବହୁ ପ୍ରତିକ୍ଷୀତ ଗ୍ଲାପିଙ୍ଗ୍ ଇଭେଣ୍ଟ ପୁଣିଥରେ ଓଡିଶାକୁ ଫେରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଏହାର ଲୋଗ ଉନ୍ମୋଚନ କରିଛନ୍ତି । ଏହା ସହିତ ଇକୋ ରିଟ୍ରିଟ ନିମନ୍ତେ ବୁକିଂର ଶୁଭାରମ୍ଭ ମଧ୍ୟ କରିଛନ୍ତି ।୩ ମାସ ଯାଏଁ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଗତବର୍ଷ ଏହା କେବଳ କୋଣାର୍କର ମେରାଇନ୍ ଡ୍ରାଇଭ ଅନୁଷ୍ଠିତ ହୋଇଥିବା ବେଳେ ଏ ବର୍ଷ ଏହା କୋର୍ଣାକ ସହ ହୀରାକୁଦ ,ଭିତରକନିକା,ଦାରିଙ୍ଗବାଡି , ସାତକୋଶିଆ ଭଳି ୫ଟି ସ୍ଥାନରେ କରାଯିବ ।
ଡିସେମ୍ବର ୮ରୁ ୨୮ ଫେବୃଆରୀ ୨୦୨୧ ଏହି ୫ଟି ଇକୋ ରିଟ୍ରିଟ ଆୟୋଜନ କରାଯିବ ।କରୋନା ସଂକ୍ରମଣକୁ ଦୃଷ୍ଟରେ ରଖାଯାଇ ସମସ୍ତ କୋଭିଡ -୧୯ ଗାଇଡ୍ଲାଇକୁ ପାଳନ କରାଯାଇ ସମସ୍ତ ଅଂଶଗ୍ରହଣକାରୀଙ୍କୁ ତାଲିମ ପ୍ରଦାନ କରାଯିବ ।
Eco Retreat is back!
Chief Minister Shri. @naveen_odisha unveils the Eco Retreat Odisha brand and launched the booking portal for #EcoRetreatOdisha
Bookings now open at https://t.co/dHxeiy0d6K#OdishaTourism #OTInFocus #RetreatsLikeThis (3/3) pic.twitter.com/UruJxU57xW
— Department of Tourism, Odisha (@TourismDptt) November 11, 2020
ଇକୋ ରିଟ୍ରିଟ ଅନୁଷ୍ଠିତ ହେଉଥିବା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟିତ୍ବ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଏହି ମେଗା ଇଭେଣ୍ଟ ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ପୁନଃରୁଦ୍ଧାର କରିବାରେ ସହାୟକ ହେବ ବୋଲି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର , ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କେ ପାଣ୍ଡିଆନ୍ , ସମ୍ପୃକ୍ତ ଜିଲ୍ଲାର ଜିଲାପାଳ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।