ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜିର ଆଧୁନିକ ଯୁଗରେ ମୋବାଇଲ ବା ଲାପଟପକୁ ଛାଡି ଗୋଟିଏ ମିନିଟ ରହିବା ସମ୍ଭବ ହେଉନାହିଁ । ଟେକ୍ନୋଲୋଜି ଆମ ଜୀବନଶୈଳୀ ସହିତ ଅନେକ ମାତ୍ରାରେ ଯୋଡି ହୋଇ ରହିଛି । ଟେକ୍ନୋଲୋଜି ଯୋଗୁଁ ଆମେ ଗୋଟିଏ ସ୍ଥାନରେ ରହି ସାରା ବିଶ୍ଵ ସହ ଯୋଡି ହୋଇପାରୁଛୁ । ସବୁ କାମ ବଡ ସହଜରେ ହୋଇପାରୁଛି । କିନ୍ତୁ ଏହି ଟେକ୍ନୋଲୋଜି ଏତେ ସୁବିଧା ଯୋଗାଉଥିବାରୁ ଆମେ ଧିରେ ଧିରେ ଏହାର ଏତେ ଆଡିକ୍ଟେଡ ହୋଇଯାଉଛି ଯେ କିଛି ସମୟ ପାଇଁ ମଧ୍ୟ ଆମେ ଆମ ମୋବାଇଲକୁ ଛାଡି ରହିପାରୁନେ । କିନ୍ତୁ ଏହି ଅଭ୍ୟାସ ଆମ ପାଇଁ କେତେ କ୍ଷତିକାରକ ତାହା ଆମେ ଜାଣି ପାରୁନେ ।ଆସନ୍ତୁ ଜାଣିବା ଏହି ଟେକ୍ନୋଲୋଜିର ବ୍ୟବହାର ଆମର ଦୈନନ୍ଦିନୀ ଜୀବନ ଉପରେ କେତେ ପ୍ରଭାବ ପକାଉଛି ।
ନିଜ ପ୍ରିୟଜନଠାରୁ ବଢୁଛି ଦୂରତା
ଡିଜିଟାଲ୍ ଟେକ୍ନୋଲୋଜିର ଅଭ୍ୟାସ ଯୋଗୁଁ ଅନେକ କ୍ଷତି ମଧ୍ୟ ସହିବାକୁ ପଡୁଛି । ଲୋକମାନେ ଘଣ୍ଟା ଘଣ୍ଟା ସୋସିଆଲ ମିଡିଆରେ ସମୟ ବିତାଉଛନ୍ତି । ସେଲ୍ଫି ନେଉଛନ୍ତି, ଫଟୋ ଅପଲୋଡ୍ କରୁଛନ୍ତି ଏବଂ ସେଥିରେ ଲାଇକ୍ସ, କମେଣ୍ଟ୍ସ ଦେଖି ଖୁସି ହେଉଛନ୍ତି । କିନ୍ତୁ ଏହା ଦ୍ଵାରା ବ୍ୟକ୍ତିଗତ ସମ୍ପର୍କରେ ଦୂରତା ବଢିଯାଉଛି ଓଧିରେ ଧିରେ ଫାଟ ସୃଷ୍ଟି ହେଉଛି । ଲୋକମାନେ ଏକୁଟିଆପଣ ଅନୁଭବ କରୁଛନ୍ତି । ପାରିବାରିକ ସମ୍ପର୍କରେ ଆଉ ଭଳ ସଂପର୍କ ରହୁନାହିଁ ।
ଶରୀରକୁ କରୁଛି ଅଳସୁଆ
ସବୁବେଳେ ମୋବାଇଲ ଓ ଲାପଟପର ବ୍ୟବହାର ଦ୍ଵାରା ଆମକୁ ବାହାରକୁ ଯିବାକୁ ଇଚ୍ଛା ହେଉନାହିଁ । ସବୁବେଳେ ଘରେ ବସି ରହିବାକୁ ମୋବାଇଲ ବ୍ୟବହାର କରିବାକୁ ଭଲ ଲାଗୁଛି । ଯାହା ଫଳରେ ଶରୀର ଅଳସୁଆ ହୋଇଯାଉଛି ।
ଆଖି ଉପରେ ପଡୁଛି ପ୍ରଭାବ
ମୋବାଇଲ୍ ଓ ଲାପଟପ ଡିସ୍ପ୍ଲେର ବ୍ଲୁ ଲାଇଟ୍ ଆଖି ଉପରେ ଅନେକ ମାତ୍ରାରେ ପ୍ରଭାବ ପକାଇଥାଏ । ଏହାର ଅଧିକ ବ୍ୟବହାର ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇବାର ମଧ୍ୟ ସମ୍ଭାବନା ରହିଥାଏ ।
ଷ୍ଟ୍ରେସ୍ର କାରଣ ସାଜିଥାଏ ମୋବାଇଲ୍
ଲଗାତର ଟେକ୍ନୋଲୋଜି ବ୍ୟବହାର କରିବା ଯୋଗୁଁ ଲୋକଙ୍କ ମଧ୍ୟରେ ଷ୍ଟ୍ରେସ୍ ମଧ୍ୟ ବଢିଥାଏ । ଲୋକମାନେ ୨୪ ଘଣ୍ଟା ଦୁନିଆ ବିଷୟରେ ଅପଡେଟ୍ ରହିବାକୁ ଚାହୁଁଛନ୍ତି ।କିଛି ସମୟ ପାଇଁ ମୋବାଇଲ ଦୂରେଇ ଗଲେ ମଧ୍ୟ ନିଜକୁ ଏକୁଟିଆ ଅନୁଭବ ହୋଇଥାଏ । ଅନଲାଇନ୍ ଗେମରେ ପିଲାମାନେ ଘଣ୍ଟା ଘଣ୍ଟା ବରବାଦ କରିଦେଉଛନ୍ତି ।