ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସନ୍ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ତେବେ ତଦନ୍ତରୁ ଏହାର ଫାୟାର ଲାଇସେନ୍ସ ନ ଥିବା ଜଣାପଡ଼ିଛି। ବିନା ଫାୟାର ଲାଇସେନ୍ସରେ ହସ୍ପିଟାଲ ଚାଲିଥିବା ନେଇ ଖୋଦ୍ ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି।
ଏନେଇ ଚିଫ ଫାୟାର ଅଫିସର କହିଛନ୍ତି, ଫାୟାର ଲାଇସେନ୍ସ ନ ଥାଇ ହସ୍ପିଟାଲ ଚାଲିଥିଲା। ପୂର୍ବରୁ ମକ୍ ଡ୍ରିଲ ଜରିଆରେ ସତର୍କ କରାଯିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ନ ଥିଲେ। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହଜ ହେଲା।
ସୂଚନାଯୋଗ୍ୟ, ‘ସନ ହସ୍ପଟାଲ’ରେ ଭୟଙ୍କର ନିଆଁ ଲାଗି ଚାରିଆଡେ ଧୂଆଁ ଖେଳି ଯାଇଥିଲା। ଉପର ମହଲାରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ୭ ଅଗ୍ନିଶମ ଗାଡ଼ି ଓ ୫୦ କର୍ମଚାରୀ ପହଞ୍ଚି ବହୁ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ହସ୍ପିଟାଲ୍ରେ ଥିବା ଗୁରୁତର ରୋଗୀଙ୍କୁ ଏସ୍ସିବି ସମେତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।