ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ତେବେ ଆଜି ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା ରହିଥିଲା । ଜି.ଉଦୟଗିରି ରେ ସର୍ବନିମ୍ନ ରାତ୍ରୀ ତାରମାତ୍ରା ୪ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଥିଲା । ରାଜ୍ୟ ପାଣିପାଗ ବିଭାଗ, ଶୀତର ପ୍ରକୋପକୁ ଅନୁଭୂତ କରି ୭ଟି ଜିଲ୍ଲାରେ ଅରେଞ୍ଜ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛନ୍ତି ।ସେହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ଦେଓଗଡ, କନ୍ଧମାଳ, ବଲାଙ୍ଗିର, ମୟୁରଭଞ୍ଜ । ଏହିସବୁ ଜିଲ୍ଲା ଗୁଡିକରେ ସଚେତନ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ପାଣିପାଗ ବିଭାଗ ।
ଏଥିସହିତ ପ୍ରାୟ ୧୬ଟି ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛନ୍ତି ପାଣିପାଗ ବିଭାଗ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ଵଲପୁର, ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନୟାଗଡ ଓ ଖୋର୍ଦ୍ଧାରେ ଓ୍ଵାର୍ଣ୍ଣିଙ୍ଗ ଜାରି ଜାରି କରାଯାଇଛି ।ତେବେ ଆଗାମୀ ୩ରୁ ୪ ଦିନ ଯାଏଁ ଏହିଭଳି ଥଣ୍ଡା ଜାରି ରହିବ ବୋଲି ସୂଚନା ମିଳିଛି ।