ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ସବୁଠି ଏବେ ଗୋଟିଏ ଚର୍ଚା କେମିତି ହେଲା ଝରାଫୁଲର ମୃତ୍ୟୁ ,ଫିଟୁନି ଗୁମର I ରାଜଧାନୀ ରେ ମୃତ୍ୟୁ ହେଇଥିବା ବେଳେ ଯାଜପୁର ରେ ଶବ I ସମ୍ପୂର୍ଣ୍ଣ ରହସ୍ୟ ଭିତରେ ଝରା ଫୁଲ ମୃତ୍ୟୁ I ମୟୂରଭଞ୍ଜର ଯଶିପୁରର ଝିଅ ଝରାଫୁଲ ଭୁବନେଶ୍ୱର ରାକେଶ ଙ୍କ ପ୍ରେମରେ ପଡିଯାଇଥିଲେ I ଝରାଫୁଲ ଓରଫ ଝିଲ୍ଲୀ ରମାଦେବୀ ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗର ଯୁକ୍ତ ୩ ଦ୍ବିତୀୟ ବର୍ଷର ଜଣେ ମେଧାବୀ ଛାତ୍ରୀ I ଡିପାର୍ଟମେଣ୍ଟ ର ଟପ୍ପର ଥିଲେ ଝରାଫୁଲ I ଘର ଏବଂ ତାଙ୍କର ଲକ୍ଷ ଥିଲା ସେ ଓଏଏସ୍ ଅଫିସର ହେଇଥାନ୍ତେ I ତେବେ କରୋନା ଲକ୍ଡାଉନ୍ରେ କଲେଜ ବନ୍ଦ ହେଇଗଲା ଆଉ ଝରା ଫେରିଗଲେ ଗାଁ କୁ I
କଅଁଳ ବୟସ ମାତ୍ର 21 ,ଗାଁ ପାଖ ପକାଇଥିବା ପାଇପ୍ ଠିକା ସଂସ୍ଥାର ରାକେଶ ଙ୍କ ପ୍ରେମରେ ପଡିଯାଇଥିଲା ଝରା I ବାପା ମା ଯେତେ ପାଟି କଲେବି କିଛି ଫରକ ପଡ଼ିନଥିଲା ଶେଷରେ ବାପା ମା ଙ୍କୁ ମିଛ କହି ରାକେଶ ପାଖରେ ସେଦିନ ରହିଯାଇଥିଲେ ଝରା I ଏହା ଯେମିତି ଥିଲା ତାଙ୍କର ଶେଷ ରାତ୍ରି I ରୁମ୍ ନମ୍ବର 201ରେ ସବୁ ସ୍ବପ୍ନ ଝରି ଯାଇଥିଲା ଝରାଫୁଲ ର I ବୋଧହୁଏ ନିହାତି ଆରପାରିର ଭାବୁଥିବ ଝରା ବାପା ଙ୍କ କଥା ସେଦିନ ମାନିଥାନ୍ତି କି ,ଏ ପ୍ରେମ ସତରେ ଅନ୍ଧ I ପ୍ରେମରେ ଅନ୍ଧ ହେଇ ଝରିଗଲା ଝରା ର ଓଏଏସ୍ ସ୍ବପ୍ନ I