ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନା ହୋଇଛି ବଜେଟ୍ ୨୦୨୧-୨୨। MSME, ସ୍ୱସ୍ଥ୍ୟ, ରେଳ, ରାଜପଥ, ବ୍ୟାଙ୍କିଂ ସେକ୍ଟର ଓ ପଶ୍ଚିମବଙ୍ଗକୁ ଆଶ୍ୱସ୍ତି ମିଳିଛି। କିନ୍ତୁ ଅନ୍ୟପଟେ ସରକାର ପ୍ରତ୍ୟେକ୍ଷରେ ସାଧାରଣ ଖାଉଟିଙ୍କ ପକେଟରେ ନିଆଁ ଲଗାଇଛନ୍ତି। ଲଗାତାର ତୈଳ ଦର ବୃଦ୍ଧିକୁ ନେଇ ଲୋକେ ଅସନ୍ତୋଷ୍ଟ ଥିବା ବେଳେ ପେଟ୍ରୋଲ ଓ ଡିଜେଲରେ କୃଷି ସେସ୍ ଲଗାଇଛନ୍ତି।
ଦେଶରେ ମହାମାରୀ କୋରୋନା ର ପ୍ରକୋପ କମିଲା ବେଳକୁ ତୈଳ ଦର ଲଗାତାର ବୃଦ୍ଧି ପାଉଛି। ବର୍ତ୍ତମାନ ଭୁବନେଶ୍ବର ରେ ପେଟ୍ରେଲ ୮୬ ଟଙ୍କା ୯୮ ପଇସା ଓ ଡିଜେଲ ୮୩ ଟଙ୍କା ୩୪ ପଇସା ଅଛି। କିଛି ସହରରେ ପେଟ୍ରୋଲ ଦର ୧୦୦ ଟପିଥିବା ବି ଦେଖିବାକୁ ମିଳୁଛି। ତେବେ ଭାରତ ଇତିହାସର ପ୍ରଥମ ଥର ପାଇଁ ତୈଳଦର ଏଭଳି ଭାବରେ ଅହେତୁକ ବୃଦ୍ଧି ପାଇଛିବା ଅଭିଯୋଗ ହୋଇଛି।