ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀଙ୍କ ପ୍ରଶଂସକ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ରହିଛନ୍ତି। ଏହି ତାଲିକାରେ ଏବେ ଜଣେ କୁନି ପ୍ରଶଂସିକା ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମର ଅପନିଂ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ କୁନି ଝିଅ ଇଣ୍ଡି ରେ।
ପଡ଼ିଆରେ ଡେଭିଡ ଓ ବିରାଟ ପରସ୍ପର ବିରୋଧରେ ଖେଳୁଥିଲେ ମଧ୍ୟ ପଡ଼ିଆ ବାହାରେ ଦୁଇ ଜଣ ଖୁବ୍ ଭଲ ବନ୍ଧୁ। ସେଥିପାଇଁ ଅଷ୍ଟ୍ରେଲିଆରୁ ଭାରତ ଫେରିବା ପୂର୍ବରୁ ବିରାଟ ତାଙ୍କ ଟେଷ୍ଟ ପ୍ଲେଇଂ ଜର୍ସିକୁ ଡେଭିଡଙ୍କ ଝିଅକୁ ଉପହାର ଦେଇଥିଲେ।
ଡେଭିଡ ତାଙ୍କ ଝିଅର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ମୁଁ ଜାଣିଛି ଆମେ ସିରିଜ ହାରି ସାରିଛୁ କିନ୍ତୁ ଆମ ପାଖରେ ଏକ ଖୁବ୍ ଖୁସି ଥିବା ଝିଅ ରହିଛି। ତୁମ ପ୍ଲେଇଂ ଜର୍ସି ପାଇଁ ଧନ୍ୟବାଦ। ଇଣ୍ଡିର ଏହା ବେଶ୍ ପସନ୍ଦ। ଡେଡୀ ଓ ଆରୋନ କୀଚଙ୍କ ବ୍ୟତୀତ ସେ ମଧ୍ୟ ବିରାଟଙ୍କୁ ଖୁବ୍ ଭଲ ପାଆନ୍ତି।’