ସନ୍ଷ୍ଟାର ଟିଭି ବ୍ୟୁରୋ
କାଶ୍ମୀର: କାଶ୍ମୀର ନିର୍ମାଣ ହେଲା ଭାରତର ସର୍ବପ୍ରଥମ ଇଗ୍ଲୁ କାଫେ । ଏସିଆର ସର୍ବବୃହତ କାଫେର ମାନ୍ୟତା ମଧ୍ୟ ପାଇଛି ଏହି କାଫେ । ଏହି କାଫେ କାଶ୍ମୀରର ଗୁଲ୍ମାର୍ଗରେ କୋଲାହୋଇ ଗ୍ରୀନ ଗ୍ରୁପ ହୋଟେଲ ଓ ରେସର୍ଟ ଦ୍ଵାରା ନିର୍ମାଣ କରାଯାଇଛି । ଏହି ଆକର୍ଷଣୀୟ ଇଗଲୁ କାଫେ ଭିତର ପଟୁ ପ୍ରାୟ ୨୬ ଫୁଟ ଚଉଡ଼ା ଓ ୧୪ ଫୁଟ ଉଚ୍ଚ । ତେବେ ଏଠାରେ ଥିବା ସମସ୍ତ ଟେବୁଲ -ଚେୟାର ଓ ସାଜସଜ୍ଜା ଜିନିଷ ମଧ୍ୟ ବରଫରେ ନିର୍ମିତ ହୋଇଛି । ଏହି ବରଫନିର୍ମିତ ଟେବୁଲରେ ଏକସଙ୍ଗେ ୧୬ ଜଣ ଆରାମରେ ବସିପାରିବେ ।
କାଫେର ମାଲିକ ସୟେଦ ୱାସିମ ସ୍ୱିଜରଲ୍ୟାଣ୍ଡର ଜରମ୍ୟାଟ୍ ସ୍ଥିତ ୪୨ ଫୁଟ ଚଉଡ଼ା ଇଗ୍ଲୁ କାଫେରୁ ଏଥିନିମନ୍ତେ ପ୍ରେରଣା ପାଇଥିଲେ ଏବଂ ଏଭଳି ଏକ କାଫେ ଭାରତରେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୧୫ ଦିନ ମଧ୍ୟରେ ୨୦ ଜଣିଆ ଟିମ ଏହି ବରଫାବୃତ୍ତ କାଫେକୁ ନିର୍ମାଣ କରିଛନ୍ତି । ଏହି ବରଫମୟ କାଫେ ଦେଖିବାକୁ ପ୍ରତିଦିନ ଲୋକମାନଙ୍କ ଭିଡ ଜମିଛି । ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ଯାଏ ଏହି କାଫେ ଖୋଲା ରହିବ ।