ସନ୍ଷ୍ଟାର ଟିଭି ବ୍ୟୁରୋ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜଗଦଲପୁର ସିଆରପିଏଫ୍ କ୍ୟାମ୍ପରେ ଯବାନଙ୍କ ଉନ୍ମକ୍ତ କାଣ୍ଡ । ସାମାନ୍ୟ ବଚସାରୁ ସିଆର୍ପିଏଫ୍ କ୍ୟାମ୍ପରେ ୨୪୧ ବାଟାଲିୟନର ଯବାନ ଅନ୍ୟ ଯବାନମାନଙ୍କ ଉପରେ ଗୁଳି ଚାଳନା କରିଛନ୍ତି । ଏଥିରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ଦୁଇ ଯବାନ ଗୁରୁତର ହୋଇଛନ୍ତି। ତେବେ ମୃତ ଯବାନଙ୍କ ନାଁ ପ୍ରମୋଦ କୁମାର ସୋରି ହୋଇଥିବା ଜଣା ପଡିଛି । ଏହି ଅଘଟଣରେ ଗିରିଶ କୁମାର ଏବଂ ସନ୍ତୋଷ ବାଚମ୍ ଗୁରୁତର ହୋଇଛନ୍ତି। ଉଭୟ ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଯବାନ ଗିରୀଶ କୁମାର ଅନ୍ୟମାନଙ୍କ ଉପରକୁ ଗୁଳି କରିଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଗଣ୍ଡଗୋଳ ହେଲା ସ୍ପଷ୍ଟ ହୋଇନାହିଁ।