ସନ୍ଷ୍ଟାର ଟିଭି ବ୍ୟୁରୋ
ରାଜ୍ୟରେ ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇଛି । ଏହି ତାଲିକାରେ ଜଙ୍ଗଲ, ଜନସ୍ଵାସ୍ଥ୍ୟ ଓ ଶ୍ରମ ବିଭାଗର ଅଧିକାରୀ ସାମିଲ ଅଛନ୍ତି । ଦୁର୍ନୀତିଗ୍ରସ୍ତ ଓ ଅପାରଗତାଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି କରାଯାଇଛି । ତେବେ ପୂର୍ବରୁ ୭ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରହିଥିଲା । ଏବଂ ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟରେ ବାଧ୍ୟତାମୂଳକ ଅବସର ଜାରି ରହିଥିବାବେଳେ ରାଜ୍ୟରେ ବାଧ୍ୟତାମୂଳକ ଅବସର ସଂଖ୍ୟା ୧୧୩ରେ ପହଞ୍ଚିଛି ।