ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ବଲିଉଡ୍ରେ ଚାଲିଛି ବିବାହ ପର୍ବ । ନେହା କକ୍କର,ଆଜିତ୍ୟ ନୀରୀୟଣ, ପୁନିତ ପାଠକ, ବରୁଣ ଧଓ୍ଵନଙ୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ଶ୍ରଦ୍ଧା କପୁର । ଶ୍ରଦ୍ଧା କପୁର ସେଲେବ୍ରେଟି ଫୋଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ଡେଟ କରୁଥିବା କଥା ସବୁବେଳେ ଚର୍ଚ୍ଚା ହୋଇଥାଏ । ଏପରିକି ବିଭିନ୍ନ ସମୟରେ ସେମାନେ ଏକାଠୀ ନଜର ମଧ୍ୟ ଆସିଥାନ୍ତି ।
ବରୁଣଙ୍କ ବିବାହ ପରଠୁ ସେମାନଙ୍କ ବିବାହ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । କାରଣ ଇନ୍ଷ୍ଟାଗ୍ରାମରେ ବରୁଣ ଓ ନତାଶାଙ୍କ ବିବାହ ଫୋଟୋରେ ଅଭିନନ୍ଦନ ଜଣାଇଥିଲେ ଶ୍ରଦ୍ଧାଙ୍କ ବନ୍ଧୁ ରୋହନ ଶ୍ରେଷ୍ଠ । ତେବେ ଏହାର ପ୍ରତି ଉତ୍ତରରେ ବରୁଣ କହିଛନ୍ତି ଯେ ମୁଁ ଆଶା କରୁଛି ତୁମେ ମଧ୍ୟ ରେଡ୍ଡି ଅଛ । ଏହା ପରଠୁ ଶ୍ରଦ୍ଧା ଓ ରୋହନଙ୍କ ବିବାହ କଥା ଖୁବ ଚର୍ଚ୍ଚା ହେବାରେ ଲାଗିଛି । ତେବେ ସେମାନଙ୍କ ବିବାହ କେବେ ହେବ ଏ ନେଇ ଅପେକ୍ଷା ରହିଲା ।