ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ପରୀ ଘଟଣା ପରେ ପୁଣି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ସୋରଳରେ ଘଟିଛି ଏହି ଅଭାବନୀୟ ଘଟଣା । ମାତ୍ର ୫ ବର୍ଷର ଶିଶୁକନ୍ୟାକୁ ଦୁର୍ଷ୍କମ କରିବା ପରେ ଛୁରାରେ ଶିଶୁଟିର ବେକ କାଟିଛି ଏକ ୨୪ ବର୍ଷୀୟ ଯୁବକ ।ନାବାଳିକା ଓ ସେହି ନୃଶଂସ ଯୁବକ ଉଭୟଙ୍କ ଘର ସୋରଳର ଓଡିଆ କଲୋନୀରେ ଠାରେ । ସେହି ନୃଶଂସ ଯୁବକକୁ ନିସ୍ତୁକ ମାଡ଼ ମାରିବା ପରେ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।
ତେବେ ଶିଶୁକନ୍ୟାକୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତା’ର ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ଥିବା କୁହାଯାଇଛି ।