ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଦୃଢ କରିବାକୁ ଭାରତରେ ପହଞ୍ଚିସାରିଛି ୩ ରାଫେଲ । ଖୁବ୍ଶୀଘ୍ର ଏହି ୩ ରାଫେଲ ବାୟୁସେନାରେ ସାମିଲ ହେବ । ଗତକାଲି ତୃତୀୟ ପର୍ଯ୍ୟାୟ ରାଫେଲ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଛି । ଫ୍ରାନ୍ସରୁ ୭୦୦୦ କିଲୋମିଟରର ଯାତ୍ରା କରି ଭାରତରେ ପହଞ୍ଚିଛନ୍ତି ଏହି ୩ ରାଫେଲ । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ ଭରିବା ସହ ଗୁଜରାଟ ଜାମନଗରରେ ଏହି ବିମାନ ଅବତରଣ କରିଛି । ଏହାକୁ ମିଶାଇ ବାୟୁସେନାର ରାଫେଲ ୧୧କୁ ବୃଦ୍ଧି ହୋଇଛି ।
ତେବେ ଭାରତୀୟ ବାୟୁସେନା ପକ୍ଷରୁ ଏ ସମ୍ପର୍କରେ ଟ୍ବିଟ କରି ସୂଚନା ଦିଆଯାଇଛି । ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ୨୦୧୬ରେ ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ୫୯ ହଜାର କୋଟିର ଚୁକ୍ତି ହୋଇଥିଲା । ଜୁଲାଇ ୨୮ରେ ଭାରତକୁ ପ୍ରଥମ ୫ଟି ରଫେଲ ଆସିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟୟରେ ରାଫେଲ ଆସିଥିଲା ।
The third batch of three Rafale aircraft landed at an IAF base a short while ago. They flew over 7000Km with in-flight refuelling. The aircraft got airborne earlier in the day from #IstresAirBase in France. IAF deeply appreciates the tanker support provided by UAE Air Force. pic.twitter.com/tykLthzVlx
— Indian Air Force (@IAF_MCC) January 27, 2021
;