ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଦେଖାଯାଇଥିବା ହିଂସାକାଣ୍ଡ ପାଇଁ ପୋଲିସ ଏବେ ଆକ୍ସନ ମୋଡରେ ନଜର ଆସିଛି ।ଦିଲ୍ଲୀ ପୋଲିସ ପାଖାପାଖି ୨୦୦ ଆନ୍ଦୋଳନକାରୀକୁ ଗିରଫ କରିଥିବା ସୂଚନା ମିଳିଛି ।ସେହି ଆନ୍ଦୋଳନକାରୀଙ୍କ ଉପରେ ହିଂସାକାଣ୍ଡ, ସର୍ବସାଧାରଣ ସଂପତ୍ତି ନଷ୍ଟ କରିବା, ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଆଦି ଦୋଷାରୋପ କରାଯାଇଛି ।ସୂଚନା ଅନୁସାରେ ଏଯାଏଁ ପ୍ରାୟ ୨୨ଟି ମାମଲା ରୁଜୁ କରାଯାଇଛି । ହିଂସାକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ଆକ୍ସନ ନିଆଯାଉଛି । ଏହି ହିଂସାକାଣ୍ଡରେ ପ୍ରାୟ ୩୦୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
ତେବେ ଆନ୍ଦୋଳନକାରୀଙ୍କ ଏହି ତାଣ୍ଡବରେ ଲାଲ୍କିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି । ଅନେକ ଗାଡି, ଏସି ପରି ଅନେକ ମୂଲ୍ୟବାନ ଜିନିଷକୁ ନଷ୍ଟ ହୋଇଯାଇଛି । ତେବେ ଆଜି କେନ୍ଦ୍ରୀୟ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ତେବେ ଗତକାଲି ମଧ୍ୟ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏହି ଘଟଣାକୁ ନେଇ ବୈଠକ ଡକାଇଥିଲେ ।