ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଇଞ୍ଜିନିୟର । ଭୁବନେଶ୍ଵରର ଏହି କନିଷ୍ଠ ଇଞ୍ଜିନିୟର ଶୁଭେନ୍ଦୁ ପ୍ରଧାନ ବ୍ଲକରେ କାର୍ଯ୍ୟରତ ଅଛନ୍ତି । ତେବେ ଭିଜିଲାନ୍ସ ଏକାକାଳୀନ ଭାବେ ୩ଟି ସ୍ଥାନରେ ଚଢାଉ କରିଛି ।
ଭୁବନେଶ୍ୱର ହାଉସିଂ ବୋର୍ଡ ସ୍ଥିତ ଘର, ଭୁବନେଶ୍ୱର ବିଡିଓ କାର୍ଯ୍ୟାଳୟରେ ଥିବା ଚାମ୍ବର ଓ ପୈତୃକ ଗାଁ କାକଟରପୁରର ଶ୍ରୀଚନ୍ଦନପୁରରେ ଭିଜିଲାନ୍ସ ନିଜର ତଲାସି ଜାରି ରଖିଛି । ତେବେ ବର୍ତ୍ତମାନ ସୁଧା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କୋଠାବାଡି ଥିବାର ସୂଚନା ମିଳିଛି ।