ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ସିଲଭର ସିଟି ପରେ ଏବେ ପାଳି ପଡିଛି ସିଲ୍କ ସିଟି ବ୍ରହ୍ମପୁରର । ଆଜି ବ୍ରହ୍ମପୁରରୁ ଜବତ ହୋଇଛି ନକଲି କୋଲଲ୍ଡ ଡ୍ରିଙ୍କ୍ସ କାରଖାନା । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ଗାଁରେ ପୋଲିସ ନକଲି କୋଲଲ୍ଡ ଡ୍ରିଙ୍କ୍ସ କାରଖାନାକୁ ଠାବ କରିଛି । ସେହି କାରଖାନାରୁ ବିପୁଳ ପରିମାଣରେ ନକଲି କୋଲ୍ଡ ଡ୍ରିଙ୍କ୍ସ ସହ ସହ ଲକ୍ଷ ଲକ୍ଷ ଟଙ୍କାର ମେସିନ ମଧ୍ୟ ଜବତ କରାଯାଇଛି ବୋଲି ସୂଚନା ମିଳିଛି ।ତେବେ ନକଲି କୋଲ୍ଡ ଡ୍ରିଙ୍କ୍ସ ତିଆରି କରି ବ୍ରାଣ୍ଡେଡ୍ କମ୍ପାନୀ ଲୋଗୋ ବ୍ୟବହାର କରାଯାଉଥିଲା । ସେହି ବ୍ରାଣ୍ଡ କମ୍ପାନୀ ବିନ୍ଦାସ ହୋଇଥିବା ସୂଚନା ମିଳିଛି ।
ତେବେ ଏହା ପୂର୍ବରୁ ମଧ୍ୟ ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅଞ୍ଚଳରେ ଫ୍ୟାମିଲି ବ୍ରାଣ୍ଡ ନାଁରେ ଅପମିଶ୍ରିତ୍ର ସସ୍ ତିଆରି ହେଉଥିବା ଜଣାପଡ଼ିଥିଲା । ସେଠାରୁ ୨ ହଜାର ୩୧୨୬ଟି ବୋତଲ ଟମାଟୋ, ଚିଲି ଓ ସୋୟା ସସ୍ ସହ କମ୍ପାନୀର ଲଗୋ ଏବଂ ତିଆରୀ ସାମଗ୍ରୀ ଜବତ କରାଯାଇଥିଲା ।