ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଅନ୍ଲାଇନ ଗେମିଙ୍ଗ ଖେଳାଳୀଙ୍କ ଅପେକ୍ଷାର ଅନ୍ତ ଘଟିଛି । କାରଣ ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ ହୋଇଛି FOU-G (Fearless and United Guards) । ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଗେମଟି ଫ୍ରି ଫାୟାର ଓ ପବ୍ଜିର ସ୍ଥାନ ନେବାରେ ସକ୍ଷମ ଅଟେ ।ତେବେ ସେପ୍ଟେମ୍ବର ମାସରେ ଏନେଇ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏକ ଟୁଇଟ କରି ସୂଚନା ଦେଇଥିଲେ ।
ଭାରତ-ଚୀନ ସୀମା ବିବାଦକୁ ନେଇ ଭାରତ ସରକାର ଚୀନର ଆପ୍ଗୁଡିକ ବ୍ୟାନ କରିବାକୁ ନିଷ୍ପତି ନେଇଥିଲେ । ସେହି ବ୍ୟାନ୍ ଆପ୍ଗୁଡିକ ମଧ୍ୟରେ ବହୁ ଲୋକପ୍ରିୟ ମୋବାଇଲ ଗେମ୍ ପବ୍-ଜିକୁ ଭାରତ ସରକାର ଭାରତରେ ବ୍ୟାନ୍ ଘୋଷଣା କରିଥିଲେ । ତେବେ ଏହାର ବିକଳ୍ପ ଭାବେ FOU-G ମୋବାଇଲ ଗେମକୁ ନେଇ ଘୋଷଣା ହୋଇଥିଲା ।
nCore ଦ୍ଵାରା ବିକଶିତ ହୋଇଥିବା ଏହି ଗେମ୍ଟି ବର୍ତ୍ତମାନ ଗୁଗୁଲ ପ୍ଲେ ଷ୍ଟୋର ଆପ୍ରେ ଉପଲବ୍ଧ । ଗୁଗୁଲ ପ୍ଲେ ଷ୍ଟୋର ମାଧ୍ୟମରେ ଏହାକୁ ଡାଉନଲୋଡ କରିହେବ । ପ୍ରାଥମିକ ପର୍ଯ୍ୟାୟରେ FAU-G ଗେମ୍ କେବଳ ଆଣ୍ଡରଏଡ୍ ମୋବାଇଲରେ ଚାଲିବ। ହେଲେ ସମସ୍ତ ଆଣ୍ଡ୍ରଏଡ ଫୋନରେ ଚାଲିବ ନାହିଁ। ଆଣ୍ଡ୍ରଏଡ୍ ୮ ଓ ତାଠୁ ଅଧିକ ଭର୍ସନ ଯେଉଁ ମୋବାଇଲରେ ଥିବ ସେଥିରେ FAU-G ଗେମ୍ ସର୍ପୋଟ କରିବ।