ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସାରା ଦେଶ ଆଜି ଉତ୍ସବ ମୁଖର ହୋଇଉଠିଛି । କାରଣ ଭାରତ ପାଳନ କରୁଛି ତାର ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସଂପର୍କ ବହୁ ପୁରାତନ ଓ ଏକ ଆଶ୍ଚର୍ଯ୍ୟଜନକ ସଂଯୋଗ ଦୁଇ ଦେଶ ମଧ୍ୟରେ ରହିଛି । ଜାନୁଆରୀ ୨୬ ତାରିଖ ଦୁଇ ଦେଶ ପାଇଁ ବହୁତ ବିଶେଷ ଅଟେ । କାରଣ ଅଷ୍ଟ୍ରେଲିଆ ଜାନୁଆରୀ ୨୬ରେ ନିଜର ସ୍ଵାଧୀନତା ଦିବସ ପାଳନ କରୁଥିବା ବେଳେ ଭାରତ ନିଜର ସାଧାରଣତନ୍ତ୍ର ଦିବସ ପାଳନ କରିଥାଏ । ପ୍ରତ୍ୟେକ ବର୍ଷ ଅଷ୍ଟ୍ରେଲିଆ- ଭାରତ ମଧ୍ୟରେ ସମ୍ପର୍କ ଆହୁରି ନିବିଡ ହେବାରେ ଲାଗିଛି । କରୋନା ଭଳି ବିଶ୍ଵ ମହାମାରୀ ସମୟରେ ମଧ୍ୟ ଅଷ୍ଟ୍ରେଲିଆ- ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇନାହିଁ । ଦୁଇ ଦେଶ ଏହି ସମୟରେ ମଧ୍ୟ ଦୁଇ ଜଣଙ୍କୁ ସହଯୋଗ କରିଛନ୍ତି ।
ଜାତୀୟ ଦିବସକୁ ମଧ୍ୟ ଦୁଇ ଦେଶ ଏକା ସାଙ୍ଗରେ ପାଳନ କରୁଛନ୍ତି ।ତେବେ ଦୁଇ ଦେଶ ମଧ୍ୟରେ ସ୍ଵାଧୀନତା, ଗଣତନ୍ତ୍ରର ଆଦର୍ଶ, ସ୍ଵତନ୍ତ୍ରତା, ବିଭିନ୍ନତା, ସୁଯୋଗ, ଉଦ୍ୟୋଗ ଆଦି ଚିନ୍ତାଧାରା ମଧ୍ୟ ସମାନ ଅଟେ ।
&
What wonderful coincidence it’s of our history that Jan 26 Australia Day, is India’s #RepublicDay, a national day shared b/w friends. Australia-India share more than national day. We pursue same ideals-democracy, freedom, liberty, diversity, enterprise, opportunity: Australian PM pic.twitter.com/JzFutS720d
— ANI (@ANI) January 26, 2021
;