ସନ୍ଷ୍ଟାର ଟିଭି ବ୍ୟୁରୋ
ଚାନ୍ଦିପୁର: ଆକାଶ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ । ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ହୋଇଛି ଏହି ପରୀକ୍ଷଣ । ଆକାଶ କ୍ଷେପଣାସ୍ତ୍ର ।ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର । ଏହାର ଓଜନ ୭୨୦ କିଲୋଗ୍ରାମ, ଲମ୍ବ ୫.୭୮ମିଟର । ଶବ୍ଦର ବେଗଠାରୁ ଅଢେ଼ଇଗୁଣ ଅଧିକ ବେଗରେ ଆକାଶ ସ୍ଥିରୀକୃତ ଟାର୍ଗେଟ୍କୁ ଲକ୍ଷ୍ୟଭେଦ କରିଥିଲା । ଏଥିରେ ପ୍ରାୟ ୬୦ କିଲୋ ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ ।
ତେବେ ଆଜି ଦ୍ୱିପ୍ରହର ୨ଟା ୨୫ମିନିଟ୍ରେ ଆକାଶର ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ହୋଇଛି ବୋଲି ସୂଚନା ମିଳିଛି ।