ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତ ଚୀନ ସୀମାରେଖାରେ ଗତ କିଛି ମାସ ହେବ ଲଗାତର ଭାବେ ଉତ୍ତେଜନା ଲାଗିରହିଛି ।ତେବେ ଆଜି ପୁଣି ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ହିଂସାକାଣ୍ଡ ଦେଖାଦେଇଛି । ସୂଚନା ଅନୁସାରେ ସିକିମର ନାକୁଲାରେ ଚୀନ ବେଆଇନ ଅନୁପ୍ରବେଶ କରୁଥିବା ବେଳେ ଭାରତୀୟ ସେନା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଭାରତୀୟ ସେନା ଓ ଚୀନ ସେନା ନିଜ ନିଜ ମଧ୍ୟରେ ଝଗଡା କରିଥିଲେ । ଏହି ଗଣ୍ଡଗୋଳରେ ୪ ଭାରତୀୟ ସେନା ଆହତ ହୋଇଥିବା ବେଳେ ଚୀନର ୨୦ ସୈନିକ ଆହତ ହୋଇଛନ୍ତି । ପରେ ଚୀନ ସେନାକୁ ସିକିମ ନାକୁଲା ସୀମାରୁ ହଟାଇ ଦେଇଛନ୍ତି ଭାରତୀୟ ସୈନିକ ।
ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ସେନା ମୁଖ୍ୟ ଏମ୍ ଏମ୍ ନରବାଣେ ବାରମ୍ଵାର ବୈଠକ ପରେ ବୈଠକରେ ଯୋଗ ଦେଉଥିବା ବେଳେ ଏପଟେ ଚୀନ ସେନାମାନେ ବାରମ୍ଵାର ଭାରତ ମଧ୍ୟରେ ପ୍ରବେଶ କରି ଉତ୍ତେଜନା ସୃଷ୍ଟି କରୁଛନ୍ତି । ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ପୂର୍ବରୁ ଲଦାଖରେ ବିବାଦ ଜାରି ରହିଛି । ଏବେ ପୁଣି ଚୀନ ସେନା ସିକିମରେ ଅନୁପ୍ରେବଶ କରିବାକୁ ଉଦ୍ୟମ କରିଛି।