ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାପରେ ତାଙ୍କୁ ଏବେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ତେବେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କର ସ୍ଥିତି ଏବେ ବି ଖରାପ ଅଛି। ଏହାସହ ଲାଲୁଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଛି, ତାଙ୍କର କିଡନୀ ମଧ୍ୟ କମ୍ରୁ କମ୍ କାମ କରୁଛି।
ଅନ୍ୟପଟେ କୁହାଯାଉଛି ଯେ, ଲାଲୁଙ୍କ ଫୁସଫସରେ ପାଣି ଭରି ଯାଇଛି, ତାଙ୍କୁ ନିମୋନିଆ ହୋଇଥିବାର ମଧ୍ୟ ଜଣାପଡିଛି। ତାଙ୍କର ୨୫ ପ୍ରତିଶତ କିଡନୀ କାମ କରୁଛି। ଏଥିସହ ଏମ୍ସରେ କାର୍ଡିୟୋଲୋଜିଷ୍ଟ ଡକ୍ଟର ରାକେଶ ଯାଦବଙ୍କ ତତ୍ବାବଧାନରେ ଲାଲୁଙ୍କ ଚିକିତ୍ସା ଚାଲିଛି। ତେବେ ଲାଲୁଙ୍କ ହାର୍ଟ ଅପରେସନ୍ ପୂର୍ବରୁ ହୋଇସାରିଛି। ଏବେ ସିଏନସିର ସିସିୟୁରେ ତାଙ୍କୁ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ନିଶ୍ବାସ ନେବାରେ କଷ୍ଟ ହେବା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।