ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜାନୁୟାରୀ ୨୭ ତାରିଖରେ ଶ୍ରୀଲଙ୍କାକୁ ଭାରତର ନିର୍ମିତ ‘କୋଭିସିଲ୍ଡ୍’ର ୫୦୦,୦୦୦ ଡୋଜ୍ ଭ ‘କୋଭିସିଲ୍ଡ୍’ ଟିକା ପଠାଇବ ବୋଲି ଭାରତ ଘୋଷଣା କରିଛି। ଜାନୁୟାରୀ ୨୭ରେ ଟିକା ତାଙ୍କ ଦେଶରେ ପହଞ୍ଚିବ ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟ ରାଜପକ୍ଷ ମଧ୍ୟ ଘୋଷଣା କରିଛନ୍ତି।
ସୂଚନା ମୁତାବକ, ୧୬ ତାରିଖ ଠାରୁ ସାରାଦେଶରେ ବିଶାଳ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ‘କୋଭିଡ୍-୧୯ ଟିକା’ ଉପହାର ପାଇବାରେ ଶ୍ରୀଲଙ୍କା ହେବ ଅଷ୍ଟମ ଦେଶ।
ତେବେ ଶ୍ରୀଲଙ୍କାରେ ପ୍ରଥମେ ଏହି ଟିକା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ସମୟରେ କଲମ୍ବୋ ବ୍ୟାବସାୟିକ ଭାବେ ଭାରତରେ ନିର୍ମିତ କୋଭିଡ୍-୧୯ ଟିକା କିଣିବ କରିବ ବୋଲି ଅନୁମାନ କରାଯାଉଛି।
ଜାନୁୟାରୀ ୧୯ ଓ ୨୦ ଦୁଇ ଦିନ ଧରି ଭାରତ ବିଦେଶୀ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ କୋଭିଡ୍-୧୯ ଟିକା ଦେବା ସଂକ୍ରାନ୍ତରେ ତାଲିମ ଦେଇଛି। ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ମଙ୍ଗୋଲିଆ, ମିଆଁମାର୍, ନେପାଳ, ବହାରିନ୍, ବ୍ରାଜିଲ୍, ମରିସସ୍, ମୋରୋକୋ, ଓମାନ, ସିସେଲ୍ଜ୍ଏ ଏବଂଶ୍ରୀଲଙ୍କାର ସ୍ୱାସ୍ଥ୍ୟକର୍ମୀମାନେ ତାଲିମ ଗ୍ରହଣ କରିଛନ୍ତି।