ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ।ଏଥର ଗୋଟିଏ ନମ୍ଵରକୁ ଡାଏଲ କରି ପାଇପାରିବେ ରେଲଓ୍ଵେ ସମ୍ପର୍କିତ ସମସ୍ତ ତଥ୍ୟ । ପୂର୍ବରୁ ଭାରତୀୟ ରେଲଓ୍ଵେର କୌଣସି ସୁବିଧା ପାଇବା ପାଇଁ ହେଲେ ଭିନ୍ନ ଭିନ୍ନ ନମ୍ବରକୁ କଲ କରିବାକୁ ପଡିଥିଲା କିନ୍ତୁ ଏବେ ଗୋଟିଏ ନମ୍ଵରରେ ହିଁ ସବୁକିଛି ସୁବିଧା ଉପଲବ୍ଧ ହେବ ।
ରେଳଯାତ୍ରୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ରେଲଓ୍ଵେ ବିଭାଗ ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ ନମ୍ଵର ୧୩୯ । ରେଳ ସଂପର୍କିତ ଯେ କୌଣସି ତଥ୍ୟ ଜାଣିବା ପାଇଁ ଚାହୁଁଥିଲେ ଗୋଟିଏ ନମ୍ଵରକୁ ଡାଏଲ କରି ସମସ୍ତ ସୁବିଧା ପାଇପାରିବେ । ଗୋଟିଏ ନମ୍ଵର ଡାଏଲ କରି ଯାତ୍ରୀ ତେବେ ୮ଟି ସୁବିଧା ପାଇପାରିବେ ।
ତେବେ ଏହି ହେଲ୍ପଲାଇନ ନମ୍ଵର ଜାନୁଆରୀ ପ୍ରଥମ ସପ୍ତାହରୁ ଜାରି ହୋଇଛି । ୧୩୯ ନମ୍ଵରରେ କଲ କିମ୍ଵା ମେସେଜ୍ ଜରିଆରେ ୮ଟି ସୁବିଧା ପାଇପାରିବେ । ଏହି ସୁବିଧା ମଧ୍ୟରେ ମେଡିକାଲ ସମ୍ଵନ୍ଧୀୟ ଜରୁରୀକାଳୀନ ସୂଚନା, ଖାଦ୍ୟ ବ୍ୟବସ୍ଥା, ତଦନ୍ତ, ଅଭିଯୋଗ, ସତର୍କତା, ଟ୍ରେନ ଦୁର୍ଘଟଣା ସମ୍ଵନ୍ଧୀୟ ସୂଚନା, ରେଲଓ୍ଵେ କଲ ସେଣ୍ଟର ସହିତ କଥା ହେବାକୁ ଚାହୁଁଥିଲେ ମଧ୍ୟ ଏହି ନମ୍ଵରକୁ ବ୍ୟବହାର କରିପାରିବେ ।ଏହି ହେଲ୍ପଲାଇନ ସେବା ୧୨ଟି ଭାଷାରେ ମଧ୍ୟ ଉପଲବ୍ଧ ଅଟେ।